ଭୈରବୀ ଡିଗ୍ରୀ କଲେଜର “ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ

0 69

ପୁରୁଣାକଟକ: ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ କଲେଜ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆଙ୍କ ଅଧ୍ୟକ୍ଷତାରେ କଲେଜର ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ଲଳିତ କୁମାର ମେହେର ଯୋଗ ଦେଇ କାର୍ଯ୍ୟକ୍ରମର ମହତ୍ତ୍ୱ, ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଅଧ୍ୟକ୍ଷ ଶ୍ରୀ ତାରେଣିଆ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ ଓ ଜାତୀୟ ସଂହତି ସୃଷ୍ଟି ନିମନ୍ତେ ପ୍ରେରଣା ଦେବା ସହ ସ୍ୱାଧୀନତା ଦିବସରେ ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ଉଦବୋଧନ ଦେଇଥିଲେ । ଅଧ୍ୟାପକ ଡ଼କ୍ଟର ପ୍ରମୋଦ କୁମାର ମହାପାତ୍ର, ପୀତବାସ ମେହେର, ଅଧ୍ୟାପିକା ଡ଼ଲି ବେହେରା, ପୂଜା ଦେଓ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକମରେ ଯୁବ ରେଡ଼କ୍ରସ ଜିଲ୍ଲା ସଂଯୋଜକ ସୁରେଶ୍ୱର ଯୋଶୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ରଞ୍ଜିତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × five =