ମଣିପୁର ଘଟଣାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

0 82

ନୂଆପଡ଼ା : ନୂଆପଡା ଜିଲ୍ଲା କୋମନା ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କୋମନା ରାଜ ଗୌଡ଼ ସଂସ୍କୃତିକ ସମାଜର କର୍ମକର୍ତ୍ତା ତଥା ଗୋଣ୍ଡୱାନା ଛାତ୍ର ଛାତ୍ରୀ ସଙ୍ଘ କୋମନା ଓ ନୂଆପଡା ବ୍ଲକର ସଦସ୍ୟ ମାନେ ଏକତ୍ରିତ ହୋଇକି ନୂଆପଡା ଜିଲ୍ଲାପାଳକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଗତ ମଇ ୪ ତାରିଖରେ ମଣିପୁରେ ଆଦିବାସୀ ମହିଳାକୁ ଉଲଗ୍ନ କରି ମଝି ରାସ୍ତାରେ ବୁଲାଇ ଗ୍ୟାଙ୍ଗ ବଳାତ୍କାର କରି ଆଦିବାସୀ ମହିଳାଙ୍କୁ ହତ୍ୟା କରିଥିବା ବେଳେ ଆଜକୁ ଏତେଦିନ ବିତିଯାଇଥିଲେ ମଧ୍ୟ ମଣିପୁର ସରକାରଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେହିଭଳି ଆମ ଆଦିବାସୀ ଭାଇକୁ ମଧ୍ୟପ୍ରଦେଶର ପ୍ରଭାସ ଶୁକ୍ଲା ନାମକ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିବା ଭଳି ଦାବି ନେଇ ଭଗବାନ ମାଝୀଙ୍କ ନେତୃତ୍ୱରେ ହରିଶ ଚନ୍ଦ୍ର ମାଝୀ, ଜ୍ଞାନେଶ୍ୱର ମାଝୀ, ଭକ୍ତବନ୍ଧୁ ଧରୁଆ, ଆଦିବାସୀ ସଙ୍ଘ ଜିଲ୍ଲା ସଭାପତି ଭାନୁ ପ୍ରତାପ ସିଂ ମାଝୀ, ଉପସଭାପତି କମଲେଶ ସିଂ ମାଝୀ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିକୁ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen + 9 =