ଦୁର୍ବୃତ୍ତଙ୍କ ଆକ୍ରମଣରେ ଖଜୁରୀପଡ଼ା ଯନ୍ତ୍ରୀ ଗୁରୁତର

0 79

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଯନ୍ତ୍ରୀ ରବୀନାରାୟଣ ଲେଙ୍କା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ଇଞ୍ଜିନିୟର ଲେଙ୍କା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ସେହି ଅଞ୍ଚଳର ରଞ୍ଜିତ ସାସମଲଙ୍କ ନାମକ ଜଣେ ଯୁବକ ଅତର୍କିତ ଭାବେ ପଥର ମାଡ କରିବାରୁ ତାଙ୍କର ମୁଣ୍ଡ ଫାଟି ଯାଇ ପ୍ରବଳ ରକ୍ତ ବାହାରିଥିଲା । ଏହି ସମୟରେ ତାଙ୍କ ଅଫିସ କର୍ମଚାରୀ ମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଭର୍ତ୍ତି କରାଇଥିଲେ । ବ୍ଳକ ଅଧ୍ୟକ୍ଷା ଅନୀମା କହଁର, ବିଡ଼ିଓ, ସହକାରୀ ଯନ୍ତ୍ରୀ ପ୍ରମୁଖ ଡାକ୍ତରଖାନା ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ତେବେ ଦୁର୍ବୃତ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାର ନାଁ ନଥିବାରୁ ସେ ଏହି ଆକ୍ରମଣ କରିଥିବା କୁହାଯାଉଛି । ଗତ ଦୁଇଦିନ ପୂର୍ବରୁ ସେ ଯନ୍ତ୍ରୀ ଲେଙ୍କାଙ୍କୁ ଧମକ ଦେଇଥିବା ବେଳେ ଗତକାଲି ଆକ୍ରମଣ କରିଥିଲା । ପୋଲିସ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ବ୍ଲକ୍‌ କର୍ମଚାରୀମାନେ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 14 =