ସୋନପୁର ବଡବଜାର ଅଞ୍ଚଳରେ ସ୍ୱତଃ ଜବରଦଖଲ ମୁକ୍ତ କଲେ ସ୍ଥାନୀୟ ବାସିନ୍ଦା

0 119

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୧୪ ତାରିଖ ସକାଳେ ସୋନପୁର ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହରର ଡ୍ରେନେଜ, ପରିମଳ ତଥା ପିଇବା ପାଣି ବ୍ୟବସ୍ଥାର ସରଜମିନ ନିରୀକ୍ଷଣ କରି ସ୍ଥିତିର ତୁରନ୍ତ ବ୍ୟବସ୍ଥିତ ପଦକ୍ଷେପ ନେବାକୁ ପୌର ନିର୍ବାହୀ ଅଧିକାରୀ ସୋନପୁରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାହୀ ଅଧିକାରୀ ପୌରପରିଷଦ ବଡବଜାର ଅଞ୍ଚଳର ମୁଖ୍ୟ ରାସ୍ତାର ଡ୍ରେନ ଉପରେ ଅଥବା ରାସ୍ତାରେ ଯେଉଁମାନେ ଜବରଦଖଲ କରିଥିବା ଘର, ବାଡ଼, ତଥା ସିମେଣ୍ଟ ଢାଙ୍କୁଣୀ ପୂର୍ବକ ଜବରଦଖଲ କରିଥିଲେ ସେମାନଙ୍କୁ ଶୀଘ୍ର ହଟାଇବାକୁ ନୋଟିସ କରାଯାଇଥିଲା । ଗୃହ ମାଲିକମାନେ ରାସ୍ତା, ଡ୍ରେନ ତଥା ପରିମଳ ବ୍ୟବସ୍ଥାର ବାସ୍ତବିକତାକୁ ଅନୁଭବ କରି ଜବରଦଖଲକୁ ସ୍ୱତଃ ମୁକ୍ତ କରିଦେଇଛନ୍ତି । ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତଥା ଗୃହ ଓ ଦୋକାନ ମାଲିକଙ୍କ ଦ୍ୱାରା ସ୍ୱତଃ ଜବରଦଖଲ ହଟାଇ ଅଞ୍ଚଳରେ ଏକ ସୁସ୍ଥ ଓ ସ୍ୱାସ୍ଥ୍ୟକର ପରିବେଶ ପାଇଁ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଥିବାରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ଅଞ୍ଚଳ ଅଧିବାସୀଙ୍କୁ ସାଧୁବାଦ ଜଣାଇଛନ୍ତି । ପୁନଶ୍ଚ ସହରର ଅନ୍ୟ ୱାର୍ଡ ଗୁଡିକରେ ମଧ୍ୟ ଏତାଦୃଶ କାର୍ଯ୍ୟ ନିମନ୍ତେ ଜନସାଧାରଣ ସ୍ୱତଃ ଆଗେଇ ଆସି ଏକ ସ୍ୱଚ୍ଛ ସୁନ୍ଦର ସହର ଗଠନରେ ଭାଗିଦାର ହେବାକୁ ପ୍ରଶାସନ ତରଫରୁ ଆହ୍ୱାନ କରାଯାଇଛି । ସେପଟେ ବଡ଼ବଜାର ଅଞ୍ଚଳର ଅଧିବାସୀ ମାନେ ବ୍ୟବହାର କରୁଥିବା ମୁଖ୍ୟ ରାସ୍ତା ବଡ଼ବଜାରରୁ ବିଜୁ ପଟ୍ଟନାୟକ ଛକ ଓ ବଡ଼ବଜାରରୁ ବାଳିକା ଉଚ୍ଚ ବିଦ୍ୟାଳୟ ଛକ ରାସ୍ତା ଦୀର୍ଘ ଦିନ ହେଲା ଖାଲ ଖମାରେ ଭର୍ତ୍ତି ହୋଇଥିବା ଯୋଗୁଁ ସ୍ଲମ ଏରିଆର ରାସ୍ତା ତୁରନ୍ତ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 + 5 =