ଦଶପଲ୍ଲା: ଆଗାମୀ ଏପ୍ରିଲ ମାସରେ ହେବାକୁ ଥିବା ୧୮୦୨ ମସିହାରୁ ପ୍ରଚଳିତ ଭାରତ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରା ଓ କୁଆଁରୀଆ ମହୋତ୍ସବ-୨୦୨୩ର ସଫଳ ଆୟୋଜନ ନିମନ୍ତେ ଆଜି ଦଶପଲ୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହଠାରେ ଦଶପଲ୍ଲା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତ ରମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ତହସିଲଦାର କୁମାର ରଥ, ମଣ୍ଡଳ ଉନୟନ ଅଧିକାରୀ ସଞ୍ଜୟ କୁମାର ଆଚାର୍ଯ୍ୟ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ-ଏନ୍ଏସି ଦଶପଲ୍ଲା, ତଥା ଲଙ୍କାପୋଡି ଯାତ୍ରା କମିଟିର ବରିଷ୍ଠ ସଦସ୍ୟମାନଙ୍କ ସହିତ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନଷ୍ଠିତ ହୋଇଥିଲା ।