ପଶ୍ଚିମ ଓଡ଼ିଶା କୈବର୍ତ୍ତ ସମାଜର ମହାମିଳନ ଉତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ

0 42

ଜହ୍ନାପଙ୍କ: ବୌଦ୍ଧ ବ୍ଲକ୍‌ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ନିକଟସ୍ଥ ହନୁମାନ ମନ୍ଦିର ପରିସରରେ ଥିବା ମା’ ବାସେଳି ଦେବୀ ନିକଟରେ ଆସନ୍ତା ଜୁନ ୧୧ ଓ ୧୨ ତାରିଖରେ ବୌଦ୍ଧ ଜିଲ୍ଲା ୨୦ ଘର କୈବର୍ତ୍ତ (କେଉଟ)ସମାଜ ଆନୁକୁଲ୍ୟରେ ହେବାକୁ ଥିବା ପଶ୍ଚିମଓଡ଼ିଶା କୈବର୍ତ୍ତ ସମାଜର ମହାମିଳନ ଉତ୍ସବ ପାଇଁ ଆଜି ଶୁଭ ଖମ୍ବ ସ୍ଥାପନ ହୋଇଯାଇଛି । ସଙ୍କୀର୍ତ୍ତନ ଦଳ ସହିତ ପୂଜାର୍ଚ୍ଚନା ପରେ ଶୁଭ ଖମ୍ବ ସ୍ଥାପନ କରାଯାଇଥିଲା । ଏଥିରେ କର୍ତ୍ତା ଭାବେ କୈବର୍ତ୍ତ ସମାଜର ଜିଲ୍ଲା ସଭପତି ଏକାଦଶୀ ବାଘ ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଭାବେ ରାମଚନ୍ଦ୍ର ପାଣିଗ୍ରାହୀ ପୂଜା କାର୍ଯ୍ୟ କରିଥିଲେ । ଜିଲ୍ଲା ସଂପାଦକ ସୁରେଶ ନାଏକ, ଉପଦେଷ୍ଟା ନିରୋଜ ସେଠୀ, ନେତ୍ରାନନ୍ଦ ବାରିକ, ହରଭଙ୍ଗା ବ୍ଲକ୍‌ ସଭାପତି ସ୍ୱରାଜ ନାଏକ, ଜଗତି ବୋର୍ଡ ସଭପତି ରସାନନ୍ଦ ବେରିହା, ସଂପାଦକ ଦେବେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜଗତି ନିଆଳି କୈବର୍ତ୍ତ ସମାଜର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

17 + 2 =