ନୂଆପଡାରେ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ

0 133

ନୂଆପଡ଼ା : ଓଡିଶା ଡ୍ରାଇଭର ମହାସଂଘ ଆହ୍ୱାନ କ୍ରମେ ନୂଆପଡା ଜିଲ୍ଲାର ସମସ୍ତ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯାଉଛି । ସିନାପାଲି ନିକଟ ଯୁଗେନପଦର୍‌ ଚାରିଛକ ବିଜୁ ଏକ୍ସପ୍ରେସ ରାସ୍ତା ରେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତାଙ୍କର ଦାବି ଗୁଡ଼ିକ ହେଲା କରୋନା ଯୋଦ୍ଧାର ମାନ୍ୟତା, ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ, ୫୫ ବର୍ଷ ପରେ ମାସକୁ ୫ହଜାର ପେନସନ, ପ୍ରତ୍ୟେକ ୧୦୦କି.ମିରେ ବିଶ୍ରମଗାର ଓ ଶୌଚାଳୟର ବ୍ୟବସ୍ଥା, ଦୁର୍ଘଟଣା ଜନିତ ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା, ଡ୍ରାଇଭରମାନଙ୍କ ସମୟସୀମା ଧାର୍ଯ୍ୟ, ଦ୍ୱିତୀୟ ସୈନିକର ମାନ୍ୟତା, ପିଲା ମାନଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥା, ରାଜ ରାସ୍ତା ଉପରେ ପ୍ରଶାସନ ପକ୍ଷରୁ ହଇରାଣ କରିବା, ଲାଇସେନ୍ସ ପାଇଁ ୧୫ହଜାର ଟଙ୍କାରୁ କମ୍‌ କରାଯାଉ ଭଳି ୧୦ ଦଫା ଦାବୀ କରିଛନ୍ତି । ଏହି ଉପଲକ୍ଷେ ଚାଳକ ମାନେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରି ଜିଲ୍ଲାର ପ୍ରତ୍ୟେକ୍‌ ବ୍ଲକ ଓ ପ୍ରତ୍ୟେକ ଗ୍ରାମପଞ୍ଚାୟତର ବିଭିନ୍ନ ସ୍ଥାନରେ ଚାଳକମାନେ ବିକ୍ଷୋଭ କରିଥିଲେ । ଖଡ଼ିଆଳ, ବୋଡେ଼ନ, କୋମନା, ନୂଆପଡା ଏବଂ ସିନାପାଲି ଠାରେ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି । ଜୟ ମାତା ଦି ଟେକ୍ସି ଡ୍ରାଇଭର ଏସୋସିଏସନ, ଜୟ ମାଁ ଦୁର୍ଗା ଟେକ୍ସି ଡ୍ରାଇଭର ଏସୋସିଏସନ, ଜୟ ମାଁ ସମଲେଶ୍ୱରୀ ଟ୍ରକ ଡ୍ରାଇଭର ଏସୋସିଏସନ, ଚାଳକ ସଂଘ, ଜୟ ମାତା ଦି ଅଟୋ ଡ୍ରାଇଭର ଏସୋସିଏସନ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + 20 =