ମତ୍ସ୍ୟଜୀବୀଙ୍କ ନାମରେ ଇଞ୍ଜିନ, ଜାଲ ଓ ଡଙ୍ଗା କିଣିବା ନାଁରେ ଜାଲିଆତି ଅଭିଯୋଗ

0 104

ପୁରୀ: ମତ୍ସଜୀବୀଙ୍କ ନାଁରେ ଇଞ୍ଜିନ, ଜାଲ ଓ ଡଙ୍ଗା କିଣି ଜାଲିଆତି ଅଭିଯୋଗ । ପୁରୀ ଜିଲ୍ଲା ମତ୍ସ୍ୟ ବିଭାଗର କିଛି କର୍ମଚାରୀ, ବ୍ୟାଙ୍କ କର୍ମଚାରୀ ଏବଂ କେପି କଂଷ୍ଟ୍ରକ୍ସନ ଓ ସାରିନ ଏଣ୍ଟର ପ୍ରାଇଜର୍ସ ନାମକ ଦୁଇ ଘରୋଇ ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆଣିଛି ସାଗରପୁତ୍ର ମତ୍ସଜୀବୀ ସୋସାଇଟି । ପ୍ରାୟ ୯୦୦ ମତ୍ସ୍ୟଜୀବୀଙ୍କ ନାମରେ ଏଭଳି ଘୋଟାଲା ହୋଇଥିବା ଅଭିଯୋଗ କରିଛି ସୋସାଇଟି । ଗତ ୨୦୧୩ ମସିହାରୁ ବିଭିନ୍ନ ମତ୍ସ୍ୟଜୀବୀଙ୍କ ନାଁରେ ଲୋନ କରାଯାଇ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜାଲିଆତି ହୋଇଥିବା ଅଭଯୋଗ ହୋଇଛି । ଆଜି ଏନେଇ ସାଗର ପୁତ୍ର ମତ୍ସ୍ୟଜୀବୀ ସୋସାଇଟି ଓ ଜଗନ୍ନାଥ ସେନା ମିଳିତ ଭାବରେ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟଳୟରେ ମଧ୍ୟ ଉପରୋକ୍ତ ସଂସ୍ଥା ନାଁରେ ବିରୋଧ ପ୍ରଦର୍ଶନ କରିଥିଲେ । ଜିଲ୍ଲା ଭିଜିଲାନ୍ସ ଅଧିକାରୀଙ୍କୁ ଏକ ପତ୍ର ମାଧ୍ୟମରେ ଏନେଇ ଅଭିଯୋଗ କରିଛି ସଙ୍ଘ । ଋଣ ଜାଲିଆତି କରିଥିବା ଦୁଇ ସଂସ୍ଥା ଓ ବ୍ୟକ୍ତି ମାନଙ୍କୁ ଭିଜିଲାନ୍ସ ତଦନ୍ତ କରିବାକୁ ସୋସାଇଟି ନିବେଦନ କରିଛି । ତେବେ ଗରିବ ମତ୍ସଜୀବୀ ମାନଙ୍କ ନାମରେ ଋଣ ଟଙ୍କା ବ୍ୟାଙ୍କରେ ଗଡୁଥିବା ବେଳେ ନିଜ ପେଟ ପୋଷି ପାରୁନଥିବା ଏହି ମତ୍ସଜୀବୀ ମାନେ ବ୍ୟାଙ୍କକୁ ଟଙ୍କା କେମିତି ପୈଠ କରିବେ ପ୍ରଶ୍ନ କରିଛନ୍ତି । ସେପଟେ ଏ ବାବଦରେ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି ଜିଲ୍ଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ,ସାମୁଦ୍ରିକ ଶ୍ରୀଯୁକ୍ତ ସୁଧାଂଶୁ ମଲ୍ଲିକ । ସଙ୍ଘ ସହ ଅଧିକାରୀ ଜଣକ ଆଲୋଚନା କରିଥିଲେ ହେଁ କଣ ପଦକ୍ଷେପ ନେବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

hiranchal ad1
Leave A Reply

Your email address will not be published.

sixteen − 10 =