ମିସ୍‌ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ଓଡ଼ିଆ ଝିଅର କମାଲ

0 117

ପାରଳାଖେମୁଣ୍ଡି : ଗ୍ଳାମର ଦୁନିଆରେ ଓଡ଼ିଆ ଝିଅର କମାଲ । ମିସ୍‌ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ମନ ଜିଣିଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆନଡିଆତୋଟା ସାହିର ପାୟଲ ପାତ୍ର । STAR ENTERTAINMENT ଜାତୀୟ ସ୍ତରରେ ଗତ ଡିସେମ୍ବର ଠାରୁ ଆରମ୍ଭ ହୋଇଛି ମିସ୍‌ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତା । ଏଥିରେ ଅନଲାଇନ ଅଡିସନରେ ଭାଗନେଇ ସମସ୍ତ ବିଚାରକ ମଣ୍ଡଳୀଙ୍କୁ ମନ ଜିଣିଲେ ପାୟଲ । ୩ଟି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ଯୋଗ୍ୟ ବିବେଚିତ ହୋଇ ଫାଇନାଲରେ ପହଞ୍ଚି ପାରିଛନ୍ତି ପାୟଲ । ଏବେ ସେ ଜାତୀୟ ସ୍ତରର ଦେଖାଇବେ ଏହି ଟେଲେଣ୍ଡ । ଜୁଲାଇ ୧୧ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁର ଠାରେ ଆୟୋଜିତ ହେବ ମିସ୍‌ ଇଣ୍ଡିଆ କନିଷ୍ଠର ଗ୍ରେଟ୍‌ ଫାଇନାଲ । ସେଠାରେ ନିପୂଣ ସହ ଦକ୍ଷତା ପ୍ରଦର୍ଶନ କରି ପୁରସ୍କାର ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି ପାୟଲ । ସେ ଛୋଟ ବେଳୁ ନାଚ, ଗୀତ, ଚିତ୍ରକଳା ଓ ଅଭିନୟ ସହ ଶିକ୍ଷା ପ୍ରତି ରହିଛି ତାଙ୍କର ବହୁତ ଆଗ୍ରହ । ବର୍ତ୍ତମାନ ସେ +୨ କଳା ବିଜ୍ଞାନରେ ପଢୁଛନ୍ତି । ବିଭିନ୍ନ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରି ମେଡେଲ ସହ ମାନପତ୍ର ହାସଲ କରିଛନ୍ତି । ଉପଯୁକ୍ତ ସମୟରେ ଗ୍ଳାମର ଦୁନିଆରେ ପାଦଥାପି ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ନିଜ ଉପରେ ବିଶ୍ୱାସ ରଖିଛନ୍ତି । ଆଗକୁ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ପାୟଲ ପାତ୍ର ।

hiranchal ad1
Leave A Reply

Your email address will not be published.

14 − 12 =