ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଲେ ହୀରାଞ୍ଚଳ ଜିଲ୍ଲାପ୍ରତିନିଧି

0 130

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଆସୁଛି । ଗତ ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ହୀରାଞ୍ଚଳ ଗଞ୍ଜାମ ଜିଲ୍ଲା ପ୍ରତିନିଧି ସରୋଜ କୁମାର ମହାନ୍ତି ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ସୂଚନା ଯୋଗ୍ୟ ପୂର୍ବରୁ ଏହି ଦାୟିତ୍ୱରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ରହିଥିଲେ । ପୂର୍ବତନ ବିଧାୟକ ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଧ୍ୟ କିଛି ବର୍ଷ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଥିଲେ । ବର୍ତ୍ତମାନ ବିକ୍ରମ କୁମାର ପଣ୍ଡାଙ୍କୁ ଏହି ଦାୟିତ୍ୱରେ ଅଧିଷ୍ଠିତ କରିଛନ୍ତି ରାଜ୍ୟ ସରକାର । ତାଙ୍କରି ଦିଗ ଦର୍ଶନରେ ଜିଲ୍ଲାର ବିକାଶ ଆଶାନୁରୂପ ହୋଇପାରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ପଦବୀରେ ବ୍ରହ୍ମପୁର ସହରର ନିର୍ବାଚିତ ପ୍ରତିନିଧିଙ୍କ ଭୂମିକା ଯଥେଷ୍ଟ ରହୁଥିବା ପରିଲକ୍ଷିତ ହେଉଛି ।

hiranchal ad1
Leave A Reply

Your email address will not be published.

3 × one =