ବାଲିଗୁଡ଼ାରେ ୱାର୍ଡକୁ ୱାର୍ଡ ବୁଲୁଛି ଅର୍ପଣ ରଥ

0 394

ବାଲିଗୁଡ଼ା: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସାରା ରାଜ୍ୟର ଗଳି କନ୍ଦିରେ ବୁଲୁଛି ଅର୍ପଣ ରଥ । ବାଲିଗୁଡ଼ା ଏନ୍‌ଏସିର ୱାର୍ଡକୁ ୱାର୍ଡ ବୁଲୁଛି ଅର୍ପଣ ରଥ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ସହର । ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ନେଇ ରଥ ପହଁଚିଥିଲା ଏନ୍‌ଏସି କାର୍ଯ୍ୟାଳୟରେ । ସେଠାରେ ସାଂସଦ ପ୍ରତିନିଧି ଟୁନା ଦାସ ସବୁଜ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରିଛନ୍ତି । ବିଶାଳ ନାମ ସଂକୀର୍ତ୍ତନ ଶୋଭାଯାତ୍ରାରେ ରଥ ପରିକ୍ରମା କରୁଥିବାବେଳେ ଅଞ୍ଚଳବାସୀ ରଥକୁ ବନ୍ଦାପନା କରିବା ସହ ଜଗତର ନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି । ଦୁରରେ ଥାଇ ମହାପ୍ରଭୁଙ୍କ ନିକଟକୁ ଗୁଆ ଓ ଅରୁଆ ଚାଉଳ ପଠାଇ ବେସ୍‌ ଆତ୍ମ ସନ୍ତୁଷ୍ଟି ଲାଭ କରିଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କରିଛନ୍ତି ତାହା ସାରା ବିଶ୍ୱ ଦେଖିବ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗାଁ ଠୁ ସହର ସବୁଠି ପରିକ୍ରମା ରଥ ଭ୍ରମଣ କରୁଛି । ଏହା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ପଠାଇ ପାରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସ ପାଇଁ ବୋଲି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି ବାଲିଗୁଡ଼ା ବିଧାୟକ ଓ ଅଞ୍ଚଳବାସୀ । ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ,ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ସାଂସଦ ପ୍ରତିନିଧି ଟୁନା ଦାସ, ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ,ଉପାଧ୍ୟକ୍ଷଙ୍କ ଶାନ୍ତିଲତା ନାୟକ, ପୁର୍ବତନ ବିଧାୟକ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ରାଜୀବ ପାତ୍ର, ପୁର୍ବତନ ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକଙ୍କ ସମେତ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡ କାଉଁସିଲର ଓ ଶତାଧିକ ଜଗନ୍ନାଥ ପ୍ରେମୀ ସାମିଲ ହୋଇ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × 1 =