ପରିତ୍ୟକ୍ତ କୂଅ ଭିତରୁ ଭାଲୁ ଉଦ୍ଧାର

0 273

ହରଭଙ୍ଗା :ପରିତ୍ୟକ୍ତ କୂଅ ଭିତରୁ ଏକ ଭାଲୁକୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ସାହାଯ୍ୟ କରି ଭାଲୁକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ବନ ବିଭାଗ ସୁରକ୍ଷିତ ଅବସ୍ଥାରେ ଜଙ୍ଗଲରେ ଭାଲୁକୁ ଛାଡିଥିବା ଦେଖିବାକୁ ମିଳିଥିଲା । ସୂଚନା ମତେ ଆଜି ସକାଳୁ ହରଭଙ୍ଗା ବ୍ଲକ ପୁରୁଣାକଟକ ବନବିଭାଗ ଅଧିନସ୍ଥ ଧଳପୁର ପଂଚାୟତ ବେଲପଦର ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରେ ଏକ ଭାଲୁ ପଡିଥିବାର ଗ୍ରାମବାସୀ ଦେଖିଥିଲେ । କାଲି ରାତ୍ରିରେ ଏହି ଭାଲୁ କୂଅରେ ପଡ଼ିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକେ ଭାଲୁକୁ କୂଅ ଭିତରେ ଦେଖି ସଙ୍ଗେ ସଙ୍ଗେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ବାହିନୀ ବହୁ କଷ୍ଟରେ ଭାଲୁକୁ ଆୟତ୍ତ କରି ସୁରକ୍ଷିତ ଅବସ୍ଥାରେ କୂଅ ଭିତରୁ ଉଦ୍ଧାର କରି ଥିଲେ । ଉପସ୍ଥିତ ଥିବା ପୁରୁଣାକଟକ ବନ ବିଭାଗର କର୍ମଚାରୀଙ୍କୁ ଭାଲୁଟିକୁ ହସ୍ତାନ୍ତର କରିବାରୁ ବିଭାଗୀୟ କର୍ମଚାରୀମାନେ ସ୍ଥାନୀୟ ଜଙ୍ଗଲରେ ଛାଡିଦେଇଥିବାର ଦେଖିବାକୁ ମିଳିଥିଲା । ଭାଲୁ କୁ ଦେଖିବାପାଇଁ ଅଞ୍ଚଳ ବହୁ ଲୋକ ସମାଗମ ହୋଇଥିବା ବେଳେ ଫରେଷ୍ଟର ନିହାର ରଞ୍ଜନ ମଲ୍ଲିକ, ୧୦ଜଣ କର୍ମଚାରୀ ଙ୍କ ସହିତ ଭାଲୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

11 + 13 =