ପୁରୀ: ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନମ୍ବର ଜିଲ୍ଲାପରିଷଦ ଜୋନ ନିର୍ବାଚନରେ ବିଜେଡିର ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେବାକୁ ଯାଉଛି । ଆଜି ବିଜେଡି ଓ ବିଜେପି ଜିଲ୍ଲା ପରିଷଦ ଆଶାୟୀ ପ୍ରାର୍ଥି ଭାଗିରଥି ସେନାପତି ଓ ପ୍ରମୋଦ ରୟ ଉଭୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ଭାଗୀରଥୀ ନିମାପଡା ବିଧାୟକ ସମୀର ରଞ୍ଜନ ଦାସଙ୍କ ହାତ ମୁଠାକୁ ଟାଣ କରିବା ଓ ଗାଁଗାଁରେ ବିଧାୟକ କରିଥିବା ଉନ୍ନତିମୂଳକ କାମକୁ ଲୋକଙ୍କୁ ଅବଗତ କରାଇବା ମୁଦ୍ଦା ରଖି ନିର୍ବାଚନ ଲଢିବେ ବୋଲି କହିଛନ୍ତି । ଅନ୍ୟପଟେ ବିଜେପି ଆଶାୟୀ ପ୍ରାର୍ଥୀ ଦୁର୍ନୀତିକୁ ମୁଦ୍ଦା କରି ନିର୍ବାଚନ ଲଢିବେ ବୋଲି କହିଛନ୍ତି । ସେପଟେ ପୂର୍ବତନ ବିଜେଡି ୧୧ନମ୍ବର ଜୋନ୍ର ଜିଲ୍ଲା ପରିଷଦ ପ୍ରାର୍ଥୀ ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଓ ଶୁଦ୍ଧ ପାନୀୟ ଜଳ ଦୁଇଟି ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢିବ ବୋଲି ବିଜେପି ନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ତେବେ କଂଗେସରୁ କିଏ ଉପନିର୍ବାଚନ ନିମନ୍ତେ ପାର୍ଥୀପତ୍ର ଦାଖଲ କରିବ ସେନେଇ ଏଯାବତ ସୂଚନା ମିଳିନାହିଁ ଓ ଗତ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିଲା । ବିଜେପିକୁ ପଛରେ ପକେଇ ବିଜେଡି ୧୧ ନମ୍ବର ଜୋନକୁ ନିଜ କବଜାକୁ ନେଇଥିଲା ଓ କିନ୍ତୁ ପରବର୍ତ୍ତୀ ସମୟରେ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ସେଇ ଆସନଟି ଖାଲି ପଡିଥିଲା ।