ବୌଦ୍ଧ : ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମ ବାସିନ୍ଦା ଶିକ୍ଷକ ମହାଦେବ ସାହୁଙ୍କ ହୃଦଘାତ ପରଲୋକ ହୋଇଯାଇଛି । ଆଜି ସକାଳେ ତାଙ୍କୁ ହୃଦଘାତ ହୋଇଥିଲା । ପରେ ପରିବାର ଲୋକ ତାଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ସାହୁଙ୍କୁ ପଞ୍ଚାବନ ବର୍ଷ ହୋଇଥିବା ବେଳେ ୨୫ ବର୍ଷ ଶିକ୍ଷକତା କରିବା ସହିତ ସିଆରସିସି ଭାବେ କାର୍ଯ୍ୟ କରି ଆସୁଥିଲେ । ପତଞ୍ଜଳି ଯୋଗ ପୀଠର ମୁଖ୍ୟ ଯୋଗ ଶିକ୍ଷକ ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରଚାର ପ୍ରସାର ହେବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି । ଭାରତ ସ୍ୱାଭିମାନ ଟ୍ରଷ୍ଟ ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ତାଙ୍କର ଆତ୍ମାର ସତଗତି ପାଇଁ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ରାଧାନଗର ଗ୍ରାମ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଧର୍ମପତ୍ନୀ ଓ ପିତା ପରଲିସିସରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ରହିଥିବା ବେଳେ ପୁଅ, ଝିଅ ଓ ତାଙ୍କ ମା ଶବାଧାର ବେଳକୁ ଉପସ୍ଥିତ ରହିଥିଲେ ।