ଦୁର୍ଗମ ଅଂଚଳରେ ଦଣ୍ଡ ବୀଣାକାର ନୃତ୍ୟ ମାଧ୍ୟମରେ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା

0 87

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ପ୍ରତ୍ୟେକ ବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଜନସଚେତନତା ପାଇଁ ଆଂଚଳିକ ଲୋକନୃତ୍ୟ ଦଳ ମାନଙ୍କର ସହାୟତା ନିଆଯାଇଥାଏ । ସେହିପରି ଏବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳଙ୍କ ଉଦ୍ୟମରେ ଫୁଲବାଣୀ ଓ ଖଜୁରୀପଡା ବ୍ଲକର ୧୨ ଗୋଟି ଅପହଂଚ ଅଂଚଳରେ ମାତୃ ସ୍ୱାସ୍ଥ୍ୟ, ପରିବାର ନିୟୋଜନ ଓ ବିଭିନ୍ନ ଅଣସଂକ୍ରାମକ ରୋଗ ସଂପର୍କରେ ସ୍ଥାନୀୟ ଲୋକନୃତ୍ୟ ଦଣ୍ଡ ବୀଣାକାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ବୀଣାକାର କାଶ୍ୟପ ଖମାରୀଙ୍କ ନେତୃତ୍ୱରେ ଏହି ଗାଁ ମାନଙ୍କରେ ଜନସାଧାରଣଙ୍କୁ ରୋଗର ଲକ୍ଷଣ ଓ ଏହାର ଉପଚାର ବିଷୟରେ ସଚେତନତା କରାଯାଇଥିଲା ବିଭିନ୍ନ ଗୀତ, ନୃତ୍ୟ, ଉଦାହରଣ ଓ କମେଡି ମାଧ୍ୟମରେ କ୍ଷ ଉପସ୍ଥାପନାକୁ ଲୋକମାନେ ଆଗ୍ରହର ସହ ଉପଭୋଗ କରିବା ସହ ଦୈନଦିନ ଅଭ୍ୟାସରେ ଲଗାଇବେ ବୋଲି କହିଥିଲେ । ଗୁମାଗଡ ଓ ଖଜୁରିପଡା ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର, କଳ୍ପନା ଦଳାଇ ଏବଂ ଡାକ୍ତର, ନିମାଇଁ ଚରଣ ବିଶି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ପୂର୍ବରୁ ନୃତ୍ୟ ଦଳ ମାନଙ୍କ ସହିତ ଏକ ଆଲୋଚନାରେ ଭାଗନେଇ ଅଣସଂକ୍ରାମକ ରୋଗ ଜେଉଁଭଳି ଭାବେ ବଢିବଢି ଚାଲିଛି ତାହା ରୋକିବାକୁ ହେଲେ ସଠିକ୍‌ ବାର୍ତ୍ତା ଗ୍ରାମାଂଚଳର ଶେଷ ଭାଗରେ ବସବାସ କରୁଥିବା ଲୋକ ପାଖରେ ପହଂଚିବା ଆବଶ୍ୟକତା ଅଛି ବୋଲି କହିଥିଲେ ଏବଂ ଏହା କିପରି ଭାବେ ଅଧିକ ପ୍ରଭାବ ପକାଇ ପାରିବ ତାହାଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଜୋତ୍ସ୍ନା ମହାନ୍ତି ଓ ଜ୍ଞାନରଂଜନ କହଁରଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ସହଜୋଗ କରିଥିବା ବେଳେ ଅନୁଷ୍ଠାନ ତରଫରୁ ସଂଯୋଜକ ବିଶ୍ୱରଂଜନ କର ପରିଚାଳନା କରିଥିଲେ ଏବଂ ରାମେଶ୍ୱରୀ ଦିଗାଲ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × one =