ହରିଶଙ୍କର ମାଁ ବିନ୍ଧ୍ୟବାସିନୀ ମନ୍ଦିରର ପଡ଼ିଆର ସୁରକ୍ଷା ପାଇଁ ସର୍ବଭାରତୀୟ ବିଂଝାଲ ସମାଜ ପକ୍ଷରୁ ଦାବି

0 134

ପାଟଣାଗଡ଼ : ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନି ମନ୍ଦିର ପ୍ରାଙ୍ଗଣରେ ଥିବା ୫୬ ଡିସିମିଲ ପଡ଼ିଆର ସୁରକ୍ଷା କରିବା ନେଇ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ସମ୍ବଲପୁର ରେଭେନ୍ୟୁ ଡିଭିଜନାଲ କମିଶନର (ଆରଡିସି ) ସେକ୍ରେଟାରୀ ସୁକାନ୍ତ ତ୍ରିପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ସର୍ବଭାରତୀୟ ବିଞ୍ଝାଲ ସମାଜ ବିଗତ ୧୯୭୮ ମସିହାରେ ଦୀର୍ଘ ୪୫ ବର୍ଷରୁ ଉଦ୍ଧ୍ୱର୍ ଦିନ ଧରି ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନୀ ମନ୍ଦିର ସ୍ଥାପନା କରିବା ସହ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପୂଜାର୍ଚ୍ଚନା ଓ ସମ୍ମୁଖରେ ଥିବା ଖାତା ନଂ ୪୩, ପ୍ଳଟ ନଂ ୪୬୩ ଓ ୪୬୫ ଜମି ପରିମାଣ ଯଥାକ୍ରମେ ୫୬ ଡିସିମିଲ ପଡ଼ିଆକୁ ସୁରକ୍ଷା ଏବଂ ଦଖଲ କରିବା ସହ ବିଂଝାଲ ସମାଜର ଇଷ୍ଟଦେବୀ ବିନ୍ଧ୍ୟବାସନୀ ଦେବୀଙ୍କ ସହିତ ପାର୍ଶ୍ୱ ଦେବାଦେବୀଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିଆସୁଛନ୍ତି । ବର୍ତ୍ତମାନ ସରକାର ହରିଶଙ୍କର ପର୍ଯ୍ୟଟନ ସ୍ଥଳୀକୁ ସୌନ୍ଦର୍ଯ୍ୟକରଣ ଓ ବିକାଶ କରିବା ପାଇଁ ପଦକ୍ଷେପ ନେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଉକ୍ତ ୫୬ ଡିସିମିଲ ପଡ଼ିଆକୁ ସୌନ୍ଦର୍ଯ୍ୟକରଣ ବାଡ଼ ନିର୍ମିତ ସହ ପ୍ଳାଭର ଟାଇଲ କରାଯାଇଛି । ଅନ୍ୟ ପଟେ ବିଞ୍ଝାଲ ସମାଜ ପୂର୍ବ ପୁରୁଷ ପରମ୍ପରା କ୍ରମେ ସ୍ଥାପନ କରାଯାଇଥିବା ପାର୍ଶ୍ୱଦେବତା ଧରଣୀ ମାତା ଭୈରବୀ, ବନଦୂର୍ଗା, ଡଙ୍ଗର ବୁଢ଼ା ଆଦି ଦେବତାଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି । ଏହି ତିନି ପାର୍ଶ୍ୱଦେବତା ସ୍ଥଳକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ଦେବୋତ୍ତର ବିଭାଗ ତଥା ଉପଜିଲ୍ଲାପାଳ କହିଛନ୍ତି । ସମାଜ ପକ୍ଷରୁ ଦୀର୍ଘ ଦିନର ପୂର୍ବ ପୁରୁଷ ପରମ୍ପରା ପାର୍ଶ୍ୱଦେବତା ସ୍ଥଳଙ୍କୁ ଭାଙ୍ଗି ଅଲଗା କରାନଯିବା ସହ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ଦଖଲ କରିଆସୁଥିବା ଜଙ୍ଗଲ ଜମିକୁ ଆଦିବାସୀ ମାନଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି । ହେଲେ ଦୀର୍ଘ ୪୬ବର୍ଷ ଧରି ସୁରକ୍ଷା ସହ ପୂଜାର୍ଚ୍ଚନା କରିଆସୁଥିଲେ ସୁଦ୍ଧା ଗୋଷ୍ଠୀ ଓ ବିନ୍ଧ୍ୟବାସନୀ ଦେବୀଙ୍କ ନାମରେ ୫୬ ଡିସିମିଲ ପଡ଼ିଆକୁ ସମାଜ ନାମରେ ଦଖଲ ନୋଟ କାରିବାକୁ ବିଂଝାଲ ସମାଜ ପକ୍ଷରୁ ଦାବି କରାଯାଇଛି । ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଭୟାବହ ଆନ୍ଦୋଳନ କରିବାକୁ ବିଂଝାଲ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଞ୍ଝାଲ ସମାଜ ଉପଲାଟ ସଭାପତି ତଥା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ, ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ପାଟଣାଗଡ଼ ବ୍ଳକ ସଭାପତି କିଶୋର ଚନ୍ଦ୍ର ବରିହା, ଜିଲ୍ଲା ମିଡ଼ିଆ ସେଲ୍‌ ସଂଯୋଜକ ଗୋରେଖନାଥ ବରିହା, ମନ୍ଦିର କମିଟି ସଂପାଦକ ବିରଞ୍ଚି ବରିହା, ମନ୍ଦିର କମିଟି ସଦସ୍ୟ ଯଦୁମଣି ବରିହା, ମହେଶ ବରିହା, ହୃଷିକେଶ ବରିହା, ଉପସଭାପତି ପୁଟୁଲ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fifteen − ten =