ଆନ୍ଧ୍ରରେ ୫ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ,ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଶ୍ରମିକଙ୍କ ନିବେଦନ

0 408

ନୂଆପଡ଼ା : ଆନ୍ଧ୍ର ପ୍ରଦେଶରେ ବନ୍ଧା ପଡ଼ିଛନ୍ତି ୫ଦାଦନ ଶ୍ରମିକ । ସେମାନେ ସମସ୍ତେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ତଲାକୋଟ ଗାଁର । ସେମାନେ ହେଲେ ଲଚମନି ମାଝି, ଝଳସାଏ ମାଝି, କମଳ ମାଝି, ରମେଶ ଚିନ୍ଦା ଓ ଲକ୍ଷ୍ମୀ ମାଝି । ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଯୁବତୀ ଓ ୨ଯୁବକ । ସେମାନେ ପିଏନବି ନାମକ ଇଟାଭାଟିରେ କାମ କରୁଛନ୍ତି । ସେମାନଙ୍କୁ ବିଭିନ୍ନ ଅଧିକା ଖଟାଇ ଇଟା ଭାଟି ମାଲିକ ନିର୍ଯାତନା ଧେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଆନ୍ଧ୍ରରୁ ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଗୁହାରି କରିଛନ୍ତି ଏହି ଦାଦନ ଶ୍ରମିକମାନେ । ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ବଢିବାରେ ହେବାରେ ଲାଗିଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେବା ସଙ୍ଗେ ସଙ୍ଗେ ଏହି ପାଞ୍ଚ ଜଣଙ୍କୁ ଉଦ୍ଧାର କରିବା ପାଇଁ ଶ୍ରମ ବିଭାଗ ନୂଆପଡ଼ାକୁ ଏକ ଲିଖିତ ଦରଖାସ୍ତ ଦେଇ ବ୍ୟାକୁଳ ନିବେଦନ କରିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

eighteen + fourteen =