ସରକାରୀ ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ ପ୍ରକୃତି ମିତ୍ର ପୁରସ୍କାର

0 451

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟ । ଏହି ବିଦ୍ୟାଳୟରେ କାର୍ଯ୍ୟରତ ପ୍ରକୃତି ପ୍ରେମୀ ସହକାରୀ ଶିକ୍ଷକ ତୀର୍ଥବାସୀ ଘଡ଼ାଇ । ତାଙ୍କ ନେତୃତ୍ୱରେ ବିଦ୍ୟାଳୟରେ ଫୁଲ ବଗିଚା, ଔଷଧ ବଗିଚା, କିଚେନ ଗାର୍ଡେନ, ନିକଟସ୍ଥ ଗ୍ରାମରେ ଚାରା ବଣ୍ଟନ, ନୂତନ ଜଙ୍ଗଲ ସୃଷ୍ଟି କରିବା ଭଳି କାମ କରି ଲୋକ ମାନଙ୍କ ମଧ୍ୟରେ ସଚେତନତା, ଶକ୍ତି ସରକ୍ଷଣ, ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ନିକଟରେ ରାଜ୍ୟ ଲୋକସେବା ଭବନ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ହୋଇଥିଲା । ଏହି ଉତ୍ସବରେ ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ଠାରୁ ” ପ୍ରକୃତି ମିତ୍ର’ ପୁରସ୍କାର ମାନପତ୍ର ସହ କୋଡିଏ ହଜାର ଟଙ୍କା ଅର୍ଥରାଶି ଚେକ୍‌ ଗ୍ରହଣ କରଛନ୍ତି ଶ୍ରୀ ଘଡ଼ାଇ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘନଶ୍ୟାମ ପ୍ରଧାନ, ସମସ୍ତ କର୍ମଚାରୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଖୁସିବ୍ୟକ୍ତ କରଛନ୍ତି । ରାଜ୍ୟ ସ୍ତରରେ ପୁରସ୍କୃତ ହେବା ପରେ ତୀର୍ଥବାସୀ ଘଡ଼ାଇଙ୍କ ନିକଟକୁ ପ୍ରଶାସନ ଓ ବୁଦ୍ଧିଜୀବୀଙ୍କ ସମେତ ଅଞ୍ଚଳବାସୀଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

3 × three =