ଆର୍‌ଟିଓ ଓ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ଯାଞ୍ଚ, ୨୫ ଜଣଙ୍କୁ ଫାଇନ

0 495

ଘୁ ଉଦୟଗିର,: ସ୍ଥାନୀୟ ଦିଣ୍ଡାବାଲି ଘାଟି ଓ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ନିକଟରେ ପରିବହନ ଅଧିକାରୀ ଶିବାନୀ ମାଝୀ, କନେଷ୍ଟବଲ ପୂଜାରାଣୀ ସାହୁ ଓ ସ୍ଥାନୀୟ ପୋଲିସ ଏସଆଇ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ଯାନବାହନ ଯାଞ୍ଚ୍‌ କରିବା ସହ ଚାଳକମାନଙ୍କ ଲାଇସେନ୍ସ,ହେଲମେଟ,ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ, ଇୁସ୍ୟୁରାନ୍ସ୍‌ ସହ ପଞ୍ଜିକରଣ କାଗଜ ପତ୍ର ଯାଞ୍ଚ କରାଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସହରର ଅନେକ ଯାନବାହାନ ଆର ଟି ଓ ଯାଞ୍ଚ୍‌କୁ ଭୟ କରି ବାହାରେ ରହିଥିବା ବେଳେ ଟ୍ରାକ୍ଟର,ଅଟୋ,ବାଇକ୍‌ ପ୍ରାୟ ୨୫ଟି ଯାନ ଯାଞ୍ଚ ହୋଇଥିଲା ଓ କେତେକ ବାଇକର ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ, ପଲ୍ୟୁସନ ପ୍ରମାଣ ପତ୍ର ନଥିବା, ଓ ଡ୍ରାଇଭିଂ ଲାଇସେନ୍ସ ନଥିବା ଗାଡି ଗୁଡ଼ିକ ଯାଞ୍ଚ କରି ଫାଇନ କରାଯାଇଥିବା ସୂଚନା ମିଳିଛି । ୨୫ ଗୋଟି ମୋଟର ଯାନ ମଧ୍ୟରୁ ୨ଜଣଙ୍କୁ ଚାଳକ ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ଯାଞ୍ଚ ବେଳେ ଜଣାପଡ଼ିବା ପରେ ଫାଇନ ଆଦାୟ କରାଯାଇଥିଲା । ଏଥିରେ ଅନେକ ଚାଳକ ମାନଙ୍କୁ ମଧ୍ୟ ସଚେତନ କରାଯାଇଥିବା ବେଳେ ସମୁଦାୟ ୧ ଲକ୍ଷ ୩୩ ହଜାର ଟଙ୍କା ଚାଲାଣ କଟା ଯାଇଥିବା ସୂଚନା ମିଳିଛି । ପରିବହନ ବିଭାଗ ଓ ସ୍ଥାନୀୟ ପୋଲିସ ବାହିନୀର ମିଳିତ ସହଯୋଗରେ ପ୍ରତ୍ୟେକ ମାସ ଏହିପରି ଅତର୍କିତ ଗାଡ଼ି ମୋଟର ଯାଞ୍ଚ୍‌ କରାଯାଇ ବିନା କାଗଜ ପତ୍ରରେ ବେଆଇନ୍‌ ଭାବେ ଗାଡ଼ି ମୋଟର ଚାଳନା କରୁଥିବା ଚାଳକ ମାନଙ୍କୁ ଦଣ୍ଡିତ କରାଯିବା ନେଇ ସୁଚନା ମିଳିଛି । ୨

hiranchal ad1
Leave A Reply

Your email address will not be published.

twenty − eighteen =