କେବେ ନିର୍ମାଣ ହେବ ତିଲିଚାପଦର ମେହେର ସାହିକୁ ସ୍ଥାୟୀ ରାସ୍ତା

0 68

ହରଭଙ୍ଗା : ଗାଁର ବିକାଶ ହେଲେ ଦେଶର ବିକାଶ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ନାରା ଦେଉଛନ୍ତି । ଏନେଇ ବିଭିନ୍ନ ଯୋଜନାରେ ସରକାରୀ ଅର୍ଥ ଯୋଗାଇ ଦିଆଯାଉଛି । କିନ୍ତୁ ତୃଣମୂଳ ସ୍ତରରେ ଲୋକ ପ୍ରତିନିଧି ହେଉ ବା ବିଭାଗୀୟ ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁ ଆଜି ପର୍ଯ୍ୟନ୍ତ ବହୁ ଗ୍ରାମକୁ ଭଲ ସ୍ଥାୟୀ ରାସ୍ତା ଖଣ୍ଡିଏ ନଥିବା ଜଣାପଡିଛି । ଫଳରେ ଗ୍ରାମବାସୀ ବିଭିନ୍ନ ସମୟରେ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ବିଶେଷ କରି ବର୍ଷା ଦିନରେ ଦୁଃଖ କହିଲେ ନସରେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ତିଲିଚାପଦର ଗ୍ରାମର ମେହେର ସାହିରେ । ସ୍ଥନୀୟ ଲୋକଙ୍କ କହିବା ଅନୁଯାୟୀ ନିର୍ବାଚନ ଆସିଲେ ଭୋଟ ପାଇଁ ତୁରନ୍ତ ସାହିକୁ ରାସ୍ତା ହେବ ପ୍ରତିଶୃତି ଦେଇଥାନ୍ତି କିନ୍ତୁ ନିର୍ବାଚନ ସରିଗଲେ ଏହାକୁ ଭୁଲି ଯାଉଛନ୍ତି ଜନ ପ୍ରତିନିଧିମାନେ । ଏଭଳି ରାସ୍ତା ସମସ୍ୟା ନେଇ ବିଭାଗୀୟ ସରକାରୀ କର୍ମଚାରୀଙ୍କୁ ଜଣାଇ ମଧ୍ୟ ନିରାଶ ହେବାକୁ ପଡୁଛି ବୋଲି ପ୍ରକାଶ କରନ୍ତି ସ୍ଥାନୀୟ ଲୋକେ । ଯାହା ଫଳରେ ଉକ୍ତ ସାହିରେ ଥିବା ୧୫ପରିବାର ବିଭିନ୍ନ ସମୟରେ ଯାତାୟତ ପାଇଁ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ପାଣି କାଦୁଅରେ ନାଳ ପାରି ହୋଇ ଯାତାୟତ କରନ୍ତି ପିଲାରୁ ବୃଦ୍ଧ ପର୍ଯ୍ୟନ୍ତ । ତେଣୁ ଉକ୍ତ ସାହିକୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ସାହି ବାସିନ୍ଦା ଦାବି କରିଥିବା ବେଳେ ପ୍ରଶାସନର ଦୃଷ୍ଟି ପଡିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

seven + 9 =