ଜଗନ୍ନାଥ ଅନାଥ ଆଶ୍ରମର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ସଫଳତା,ଗଜପତି ଏଡିଏମ ଛାତ୍ରଛାତ୍ରୀଙ୍କୁ ମିଷ୍ଠାନ୍ନ ଖୁଆଇଲେ

0 60

ପାରଳାଖେମୁଣ୍ଡି : ଅନାଥ ଛାତ୍ରଙ୍କ ସଫଳତା ଖୁସିରେ ସାମିଲ ହେଲା ଜିଲ୍ଲା ପ୍ରଶାସନ । ପିଲାମାନେ ବାପାମାଁଙ୍କ ପାଖରେ ରହି ତାଙ୍କରି ତତ୍ତ୍ୱାବଧାନ ଓ ଟିଉସନ ଶିକ୍ଷା ନେଇ ମଧ୍ୟ ଅନେକ ପିଲା ପାଠପଢ଼ାରେ ସଫଳତା ପାଇନଥିବା ଅନେକ ନଜିର ରହିଛି । ହେଲେ ଅନାଥ ଆଶ୍ରମରେ ନିଜ କ୍ୟାରିଅର ପ୍ରତି ସଜାଗ ରହି ନିଜ ଉଦ୍ୟମରେ ସଫଳତା ପାଇବା ତାହା ଏବେ ଉଦାହରଣ ପାଲଟିଛନ୍ତି ଗଜପତି ଜିଲ୍ଲା ଆର୍‌.ସୀତାପୁର ଗ୍ରାମରେ ଥିବା ଜଗନ୍ନାଥ ନିକେତନ ଅନାଥ ଆଶ୍ରମର ଅନ୍ତେବାସୀ ତଥା ଛାତ୍ରଛାତ୍ରୀ । ପିଲାମାନେ ଅନାଥ ହେଲେବି ପାଠପଢା ପ୍ରତି ଜାଗ୍ରତ ଓ ନିଜ ଭବିଷ୍ୟତ ପ୍ରତି ଦାୟିତ୍ୱବାନ ଏଭଳି କିଛି କରିଦେଖାଇଛନ୍ତି । ଆଜିକାଲି ଦୁନିଆରେ ପିଲାଙ୍କୁ ପାଠପଢ଼ାର ସମସ୍ତ ସୁବିଧା ଓ ସ୍ୱତନ୍ତ୍ର ଟିଉସନ କ୍ଳାସ ଯୋଗାଇବା ସତ୍ତେ୍ୱ୍ୱ ପିଲା ପାଠପଢ଼ାରେ ଅବହେଳା କରି ନିଜ କ୍ୟାରିଅର ନିଜ ହାତରେ ନଷ୍ଟ କରିବା ଅନେକ ନଜିର ରହିଛି । ହେଲେ ବାପାମାଆଙ୍କୁ ହରାଇ ଅନାଥ ଆଶ୍ରମରେ ଅନ୍ତେବାସୀ ହୋଇ ନିଜସ୍ୱ ଚେଷ୍ଟାରେ ପାଠପଢ଼ି ମାଟ୍ରିକରେ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ଅନ୍ତେବାସୀଙ୍କ ସଫଳତାର ଖୁସିରେ ସାମିଲ ହୋଇଛନ୍ତି ଆଶ୍ରମ ପରିଚାଳକ ଓ ଜିଲ୍ଲା ପ୍ରଶାସନ । ଅନାଥ ପିଲାଙ୍କ ପରିଶ୍ରମରେ ସଫଳତାର ଖୁସିରେ ପ୍ରଶାସନ ତରଫରୁ ସାମିଲ ହୋଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ଏବଂ ଜଗନ୍ନାଥ ନିକେତନ ଅନାଥ ଆଶ୍ରମର ସଭାପତି ହରିମୋହନ ପଟ୍ଟନାୟକ । ଜିଲାରେ ୫ଟି ଅନାଥ ଆଶ୍ରମ ରହିଛି ଏହି ଆଶ୍ରମ ଗୁଡିକରୁ ଚଳିତ ଥର ୨୦ଜଣ ପିଲା ମାଟ୍ରିକ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ଗୋଟିଏ ପିଲା ଏ-୧ ଆଉ ୧୨ ଜଣ ବି-୧ ବାକି ସବୁ ପାଖାପାଖି ଭଲ ନମ୍ବର ରଖି ପାସ କରିଛନ୍ତି । ପ୍ରଶାସନ ଏହି ପିଲାଙ୍କ ପାଇଁ ସ୍ୱତନ୍ତ୍ର ଟିଉସନ ବ୍ୟବସ୍ଥା କରିଥିଲେ । ପ୍ରଶାସନର ଅନାଥଙ୍କ ପାଇଁ କରିଥିବା ଏହି ପ୍ରଚେଷ୍ଟାରୁ ସୁଫଳ ମିଳିଥିବା ନେଇ ବେଶ ଖୁସି ଅଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବିଭିନ୍ନ ସମୟରେ ଅନାଥ ପିଲାଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଗଜପତି ପ୍ରଶାସନ ସବୁବେଳେ ଚର୍ଚ୍ଚାରେ । ତେବେ ପିଲାଙ୍କ ସଫଳତାରେ ସାମିଲ ହୋଇ ପିଲାଙ୍କୁ ମିଠା ଖୁଆଇ ଆଶୀର୍ବାଦ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସ ।

hiranchal ad1
Leave A Reply

Your email address will not be published.

five × 3 =