ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଲଷ୍ମୀ ମୁଣ୍ଡା

0 99

ହରଭଙ୍ଗା : ସରକାର ଗରିବ ଅସହାୟ, ବାର୍ଦ୍ଧକ୍ୟ, ବିଧବାମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ ବେଳେବେଳେ ଏହି ଯୋଜନାଟି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚି ପାରୁ ନାହିଁ । ଏଥିପାଇଁ ସରକାର ବିଭାଗର ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ବା ତଳିଆ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଯୋଗ୍ୟ ହିତାଧିକାରୀମାନେ ମଧ୍ୟ ସରକାରଙ୍କ ସୁଫଳ ଯୋଜନାରୁ ବଞ୍ଚିତ ରହୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ଭଗମୁଣ୍ଡା ଗ୍ରାମର ଲକ୍ଷ୍ମୀ ମୁଣ୍ଡାଙ୍କ ଜୀବନରେ । ଲକ୍ଷ୍ମୀଙ୍କ ଅଭିଯୋଗ ଅନୁଯାୟୀ ସ୍ୱାମୀ ୩ବର୍ଷ ତଳେ ରୋଗଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ପାଖରେ ଥିବା ଏକମାତ୍ର ଝିଅକୁ କୌଣସି ମତେ ବିବାହ କରାଇଦେଲି, ଝିଅ ବିବାହ ପରଠୁ ବର୍ତ୍ତମାନ ମୁଁ ଏକା, ଚାଉଳ ୫ କେଜି ମାସକୁ ମିଳୁଥିବା ବେଳେ ସରକାରଙ୍କ ଅନ୍ୟ କୌଣସି ସହାୟତା ନାହିଁ । ପତ୍ର ଖଲି ଆଣି କଷ୍ଟରେ ଚଳୁଥିବା ବେଳେ ମାସିକ ବିଧବା ଭତ୍ତା ପାଇଁ ପଞ୍ଚାୟତ କର୍ତ୍ତପକ୍ଷ ଙ୍କଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ିଛି, କିନ୍ତୁ କୌଣସି ସୁଫଳ ମିଳିନାହିଁ । ଫଳରେ ଦୌଡ଼ି ଦୌଡ଼ି ନିରାଶ ହେବାକୁ ପଡିଛି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ପଞ୍ଚାୟତରେ କେବଳ ଏକା ନୁହଁନ୍ତି ଲକ୍ଷ୍ମୀ ଏମିତି ବହୁ ଯୋଗ୍ୟ ହିତାଧିକାରୀ ଆଜି ମଧ୍ୟ ଏହି ଯୋଜନାର ସୁଫଳ ପାଇପାରିନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାସହ ପଞ୍ଚାୟତ କର୍ମଚାରୀଙ୍କୁ ସଠିକ ତଦନ୍ତ କରି ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଯୋଜନାରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

hiring

hiranchal ad1
Leave A Reply

Your email address will not be published.

fifteen − eight =