ଜଗା ଦର୍ଶନ ସହ ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମି ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

0 60

ପୁରୀ : ଓଡିଶା ଗସ୍ତର ଦ୍ୱିତୀୟ ଦିନରେ ପୁରୀରେ ହେବାକୁ ଥିବା ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମି ପରିଦର୍ଶନ କରିବା ସହ ଜଗା ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖୁସିବ୍ୟକ୍ତ କରିଥିବା ବେଳେ ସେହି ଜମିକୁ ନୂଆ ପୁରୀ କରିବାକୁ କହିଛନ୍ତି ମମତା । ସେପଟେ ତୃତୀୟ ସାମ୍ମୁଖ୍ୟକୁ ନେଇ ପ୍ରଶ୍ନର ଉତ୍ତରକୁ ରାଜନୈତିକ ପ୍ରସଙ୍ଗ କହି ଏଡାଇ ଯାଇଛନ୍ତି ମମତା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ପରେ ବଙ୍ଗାଳି ଅତିଥି ଭବନ ପାଇଁ କେତେ ଜମି ରାଜ୍ୟ ସରକାର ଦେବେ ତାହା ଚୂଡାନ୍ତ ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଇପାରେ ।
ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ଯାଇ ଜଗାଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ଜଗାଦର୍ଶନ ପୂର୍ବରୁ ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମି ଅନୁଧ୍ୟାନ କରିଛନ୍ତି ମମତା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ପରେ କେତେ ପରିମାଣର ଜମି ଯୋଗାଇବେ ରାଜ୍ୟ ସରକାର ତାହା ସ୍ପଷ୍ଟ ହେବ । ବଙ୍ଗାଳି ଅତିଥି ଭବନ ପାଇଁ ଜମି ପରିଦର୍ଶନ କରିବା ପରେ ଓଡିଶା ଓ ପଶ୍ଚିମବଙ୍ଗକୁ ଦୁଇ ଭଉଣୀ ସହ ତୁଳନା କରିଛନ୍ତି ମମତା । ଏଥିସହିତ ଓଡିଶା ମୋର ପ୍ରଥମ ଘର ବୋଲି ମଧ୍ୟ ସେ କହିଛନ୍ତି । ରଥଯାତ୍ରା,ସ୍ନାନଯାତ୍ରା,ବିଭିନ୍ନ ପର୍ବ ପର୍ବାଣୀ ସମୟରେ ଓ ବିଭିନ୍ନ ଛୁଟିଦିନରେ ପୁରୀକୁ ଲକ୍ଷାଧିକ ପଶ୍ଚିମବଙ୍ଗ ଯାତ୍ରୀ ମାନେ ଆସୁଥିବା ବେଳେ ଏହି ଅତିଥି ଭବନକୁ ସେମାନଙ୍କ ବ୍ୟବହାର ପାଇଁ ଉପଯୋଗୀ ହୋଇପାରିବ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସମ୍ପୃକ୍ତ ଜମିର କିଶମ ମୁର୍ତ୍ତିକା ପରିକ୍ଷା ଆର୍କେଲୋଜିକାଲ ପ୍ଲାନ ଓ ଡିଜାଇନ ପ୍ରସ୍ତୁତ ହେବାପରେ ଗେଷ୍ଟହାଉସ ନିର୍ମାଣ କରାଯିବ ବୋଲି କହିଛନ୍ତି ମମତା । ଏହି ଅଞ୍ଚଳରେ ଗ୍ରୀନଫିଲ୍ଡ ଏୟାରପୋର୍ଟ, ବ୍ରିଜ୍‌ ନିର୍ମାଣ ମୁଖ୍ୟ ରାସ୍ତାକୁ ସଂଯୋଗୀକରଣ ରାସ୍ତା ଓ ଭୌଗୋଳିକ ଏବଂ ଅନ୍ୟାନ୍ୟ କାରଣରୁ ଚିହ୍ନଟ ସ୍ଥାନକୁ ପସନ୍ଦ କରିଛନ୍ତି ମମତା ବାନାର୍ଜୀ ।ସେପଟେ ହକି ମହାକୁମ୍ଭ ସମୟରେ ନବୀନଙ୍କ ନିମନ୍ତ୍ରଣ ରକ୍ଷା କରି ଆସିପାରିନଥିବାରୁ ଏଥର ନବୀନଙ୍କ ସହ ଭେଟଘାଟ ହେବ ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି । ସେପଟେ ତୃତୀୟ ସାମୁଖ୍ୟକୁ ନେଇ ପ୍ରଶ୍ନକୁ ଏଡାଇ ଯାଇ ଏଭଳି ସମୟରେ ରାଜନୈତିକ ପ୍ରସଙ୍ଗରେ କହିବାକୁ ଚାହେଁ ନାହିଁ ବୋଲି ସେ କହିଛନ୍ତି । ମିଳିଥିବା ଜମିକୁ ନୂଆ ପୁରୀର ରୂପ ଦେବାକଥା କହିଛନ୍ତି ମମତା ।
ସେପଟେ ଚିହ୍ନଟ ଜମି ଅନୁଧ୍ୟାନ ପରେ ମମତା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିବା ବେଳେ ତାଙ୍କର କୌଳିକ ପଣ୍ଡା ରାମକୃଷ୍ଣ ଦାସମହାପାତ୍ର ତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ମମତା ମଧ୍ୟ ତାଙ୍କ କୌଳିକ ପଣ୍ଡାକୁ ଏକ ଉତ୍ତରୀୟ ପ୍ରଦାନ କରିଥିଲେ । ରତ୍ନବେଦୀରେ ଚତୁର୍ଦ୍ଧା ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ମମତା । ମମତାଙ୍କ ନାମରେ ନିଳଚକ୍ରରେ ଚଉଦ ହାତିଆ ହଳଦିଆ ବାନା ବନ୍ଧା ଯାଇଛି । କୀର୍ତ୍ତନ ଚକଡ଼ାରେ ଥାଇ ବାନା ପରିବର୍ତ୍ତନ ଦୃଶ୍ୟ ଦେଖି ଭାବବିହ୍ୱଳ ହୋଇଛନ୍ତି ମମତା ।ଜଗାଦର୍ଶନ ପରେ ଛଳଛଳ ହୋଇଥିଲେ ମମତା । ପ୍ରାୟ ଘଂଟାଏ ଶ୍ରୀମନ୍ଦିରରେ ରହିବା ସମୟରେ ଶ୍ରୀଜୀଉଙ୍କୁ ଦେଖି ୧୦ ମିନିଟ ଧରି ସ୍ତବ୍ଧ ହୋଇଥିଲେ ।
ଆସନ୍ତାକାଲି ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଭେଟ କରିବେ ମମତା ।୨୦୨୪ ପୂର୍ବରୁ ରାଜନୀତିକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

seventeen − fifteen =