ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଜିଲ୍ଲାପାଳ ଅଫିସ ଘେରାଉ

0 51

ନୂଆପଡ଼ା : ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଦ୍ୱାରା ନୂଆପଡା ଜିଲ୍ଲାପାଳ ଅଫିସ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ ଓ଼ ଧାରଣା ଦିଆଯାଇଛି । ଆଜି ପୋଲିସ ପଡିଆ ଠାରେ ସମସ୍ତେ ଏକତ୍ରିତ ହୋଇ ପ୍ରଥମେ ଏକତା ଛକଠାରେ ପୂର୍ବତନ ମନ୍ତ୍ରୀ ଘାଶିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ବାଦ୍ୟ ଯନ୍ତ୍ରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଜିଲ୍ଲା ସଭାପତି ଖାମସିଂ ମାଝୀଙ୍କ ନେତୃତ୍ୱ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ସେମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପହଂଚି ଥିଲେ ଏବଂ ଜୋରଦାର ନାରାବାଜି କରିଥିଲେ । ତାଙ୍କର ପ୍ରମୁଖ ଦାବି ଗୁଡିକ ରହିଥିଲା ଜଗଦିଶ ଚୌହାନ ଆତ୍ମହତ୍ୟାର ମୁଖ୍ୟ ଖଳନାୟକ ଅତିରିକ୍ତ ତହସିଲଦାରକୁ ଚାକିରୀରୁ ବହିଷ୍କାର କରିବା,ମୃତକ ଜଗଦିଶ ଙ୍କ ମାଁ ଥାନାରେ ଏତଲା ମୁତାବକ ଅତିରିକ୍ତ ତହସିଲଦାର ତୁରନ୍ତ ଗିରଫଦାରୀ କରିବା, ନିର୍ଦ୍ଦୋଷ ତହସିଲଦାର ଦେବେନ୍ଦ୍ର ରାଉତକୁ ତରବରିଆ ଭାବେ କରାଯାଇଥିବା ନିଲମ୍ବନକୁ ପ୍ରତ୍ୟାହାର କରିବା ଏବଂ ଜିଲାର ଆଦିବାସୀ ଲୋକଙ୍କୁ ହଇରାଣ ହରକତ ପ୍ରମୁଖ ନଅ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏଡିଏମ ଅଗସ୍ତି ପ୍ରଧାନକୁ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ଖମସିଙ୍ଗ ମାଝୀ, ବରିଷ୍ଠ ଆଦିବାସୀ ନେତା ବିହାରିଲାଲ ବିଶ୍ୱାଳ, ନୂଆପଡା ବ୍ଲକ ଆଦିବାସୀ ସଙ୍ଘ ସଭାପତି ଭକ୍ତରାମ ଧରୁଆ, ଆଦିବାସୀ ନେତା ବାଳକୃଷ୍ଣ ଶବର, ଭାନୁପ୍ରତାପ ସିଂ ମାଝୀ, ଭକ୍ତ ଶବର, ଜ୍ଞାନେଶ୍ୱର ମାଝୀ, କମଲେଶ ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

17 + 10 =