ଟିକାବାଲି: କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ଜଣେ ଜଣାଶୁଣା କଂଗ୍ରେସ ଦଳର ଆଗଧାଡିର ନେତା ବରୁଣ ଭୋଇଙ୍କର ଆଜି ଦିନ ୧୨ ଘଣ୍ଟିକା ସମୟରେ ପରଲୋକ ହୋଇଯାଇଛି । ପରିବାର ଲୋକଙ୍କ ସୂଚନା ଅନୁସାରେ ମୃତ୍ୟୁ ବେଳକୁ ତାଙ୍କୁ ୬୭ ହେବ ସେ ଦୀର୍ଘ ୨ ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ଥିଲେ । ଅନେକ ଚିକିତ୍ସା ପରେ ମଧ୍ୟ ବୟସ ଗତ କାରଣରୁ ସେ ଭଲ ହୋଇ ପାରିନଥିଲେ ତେଣୁ ତାଙ୍କୁ ଘରେ ରଖି ଯତ୍ନ ନେଉଥିଲେ ପରିବାର ଲୋକେ । କନ୍ଧମାଳ କଂଗ୍ରେସ ଦଳର ସେ ଜଣେ ଟାଣୁଆ ନେତା ଥିଲେ । ସେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ରହିଥିବା ବେଳେ ଏକାଧିକ ଥର କଂଗ୍ରେସ ଜିଲ୍ଲା ସଭାପତି ମଧ୍ୟ ରହିଥିଲେ । ସେ ସଦା ସର୍ବଦା ଜନସେବାକୁ ରୁଚି ରଖୁଥିଲେ । କଂଗ୍ରେସରେ ଥିଲେ ସତ କିନ୍ତୁ ଯେଉଁ ଦଳର ଲୋକ ହେଲେବି ଅସୁବିଧାରେ ଥିଲେ ସେ ତାଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରୁଥିଲେ । ତେଣୁ ସେ ଅଞ୍ଚଳ ତଥା ଜିଲ୍ଲା ଓ ରାଜ୍ୟରେ ମଧ୍ୟ ଲୋକପ୍ରିୟ ଥିଲେ । ତାଙ୍କ ମୃତ୍ୟୁରେ ଟିକାବାଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଟିକାବାଲି ଅଞ୍ଚଳରେ ଆଜି ଦିନ ୧୨ ଘଣ୍ଟିକା ସମୟରୁ ସନ୍ଧ୍ୟା ୭ ଘଣ୍ଟିକା ପର୍ଯ୍ୟନ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ସନ୍ଧ୍ୟା ପ୍ରାୟ ୭ ଘଣ୍ଟିକା ସମୟରେ ପୂର୍ବତନ କଂଗ୍ରେସ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର, ଟିକାବାଲି ବ୍ଲକ କଂଗ୍ରେସ ସଭାପତି ଗକୁଳ ପ୍ରଧାନ, ଜିଲ୍ଲା କଂଗ୍ରେସ ଏସସି ସେଲ ସଭାପତି ପ୍ରଫୁଲ ଦିଗାଳ, ପୂର୍ବତନ ଏସଡିସି, ଅଧ୍ୟକ୍ଷ ରୋଦନ ମଲ୍ଲିକ ପ୍ରମ୍ମୁଖ ଓ ସପରିବାର ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ମୃତ୍ୟୁ ଖବର ପାଇ କଂଗ୍ରେସ ଦଳର ପୂର୍ବତନ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନ, ପୂର୍ବତନ କଂଗ୍ରେସ ବିଧାୟକ ଯାକବ ପ୍ରଧାନ, ରାଇକିଆ କଂଗ୍ରେସ ଜିଲ୍ଲା ପରିଷଦ ଅଧକ୍ଷ ସତ୍ୟବାନ୍ ପାତ୍ର, ଘୁ ଉଦୟଗିରି କାଉନସିଲର ତଥା ପିସିସି ସଦସ୍ୟ ଯାକେଶ ପ୍ରଧାନ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଙ୍ଗଠନର ଜିଲ୍ଲା ସଭାପତି ପ୍ରତାପ ପ୍ରଧାନ,ଘୁ ଉଦୟଗିରି ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ଶାନ୍ତି ଓ ସଦଗତି କାମନା କରିଥିଲେ ।