ପାଟଣାଗଡ଼ : ବେଲପଡା ସ୍ଥାନୀୟ ଆଇଆଇଟି ନିକଟରେ ଥିବା ସମ୍ବଲପୁରୀ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ କପଡା ପୋଡ଼ି ନଷ୍ଟ ହୋଇ ଥିବା ଜଣାପଡିଛି । ସୂଚନା ଅନୁସାରେ ବେଲପଡା ଚନ୍ଦ୍ରଶେଖର ମେହେରଙ୍କ ଷ୍ଟଲରେ ଦୀର୍ଘ ୪ ବର୍ଷ ଧରି ବେଲପଡାର ସାହାରା ସ୍ୱୟଂ ସହାୟକ ଗୋଷ୍ଠୀ ଉକ୍ତ କପଡା ଦୋକାନ କରିଥିଲେ । ଗତକାଲି ମଙ୍ଗଳବାର ସନ୍ଧ୍ୟା ୫ ଟା ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୭ ଟା ସମୟରେ ଦୋକାନରେ ନିଆଁ ଲାଗି ଯାଇଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇ ଥିଲେ । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଅଗ୍ନିଶମ ବିଭାଗ ପକ୍ଷରୁ ତ୍ରିନାଥ ମିଶ୍ର ଉପସ୍ଥିତ ରହି ନିଆଁ ଲିଭାଇଥିଲେ । ଋଣ ଆଣି ଦୋକାନଦେଇଥିଲେ । ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବିଡିଓ ଭିକ୍ଟୋର ସୋରେନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post