ଗ୍ରାହକ ବେଶରେ ମାଡ଼ିବସିଲା ବନବିଭାଗର ସ୍ୱତନ୍ତ୍ର ଟିମ୍‌; ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

0 407

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ତୁମୁଡ଼ିବନ୍ଧ ବନାଞ୍ଚଳର କୁର୍ତ୍ତମଗଡ଼ ସେକ୍ସନର ମାଙ୍ଗାପାଙ୍ଗା ଅଞ୍ଚଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାସହ ଘଟଣାରେ ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ବନବିଭାଗ । ସୂଚନା ପ୍ରକାରେ ତୁମୁଡିବନ୍ଧ ବନାଞ୍ଚଳର ମାଙ୍ଗାପାଙ୍ଗା ଅଞ୍ଚଳର କିଛି ଲୋକ ଏକ ବଜ୍ରକାପ୍ତା ବିକ୍ରୀ କରିବାକୁ ଯାଉଥିବା ଖବର ପାଇଥିଲା ବନବିଭାଗ । ଏହାପରେ ଏକକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ସେହି ଟିମ୍‌ ବେପାରୀ ସାଜି ଅତି ଚତୁରତା ସହ ବଜ୍ରକାପ୍ତାଟିକୁ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ବଜ୍ରକାପ୍ତାର ଓଜନ ୧୦ କିଲୋରୁ ଉର୍ଦ୍ଧ୍ୱ ହେବ ଏବଂ ଲମ୍ବ ସାଢେ ତିନିଫୁଟ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ବଜ୍ରକାପ୍ତାକୁ ବିକ୍ରୀ କରିବାକୁ ନେଉଥିବା ବେଳେ ବନବିଭାଗର ସ୍ୱତନ୍ତ୍ର ଟିମ୍‌ ଗ୍ରାହକ ବେଶରେ ଲଣ୍ଡରୁଗୁଡ଼ା ଗ୍ରାମ ନିକଟରେ ଦେଢ଼ ଲକ୍ଷ ଟଙ୍କାରେ ବିଲ୍‌ କରି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବ ସହ ଦୁଇଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଦୁଇ ଅଭିଯୁକ୍ତ ରାଜିକାନ୍ତ ମାଝି ଏବଂ ଟିବିର ମାଝି ହୋଇଥିବା ଜଣାପଡ଼ିଛି । ଉଭୟଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସେପଟେ ଦିନକୁ ଦିନ ଜଙ୍ଗଲ ତସ୍କରୀଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

9 + 1 =