ସମ୍ବଲପୁର (ଏକ୍ସକ୍ୟାଡ଼ର) ଶିକ୍ଷକ ସଂଘର ସାଂଗଠନିକ ବୈଠକ

0 404

ସମ୍ବଲପୁର: ସମ୍ବଲପୁର ଜିଲ୍ଲା (ଏକ୍ସକ୍ୟାଡ଼ର)ଶିକ୍ଷକ ସଂଘର ଏକ ସାଂଗଠନିକ ବୈଠକ ଜିଲା ସଭାପତି ରାଜେନ୍ଦ୍ର ପୃସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂପାଦକ ଜ୍ଞାନ ରଂଜନ ପ୍ରଧାନ ବିବରଣୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ପ୍ରଧାନ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ରାଜ୍ୟ ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ, ସ୍ୱତନ୍ତ୍ର ଅତିଥି ଭାବେ କୋଷାଧ୍ୟକ୍ଷ ଭାବେ ବିଜୟ କୁମାର ମିଶ୍ର, ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ ଉପସଭାପତି ରାଜୀବ ଲୋଚନ ପ୍ରଧାନ, ରଂଜୁ ଅମାତ ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥିଭାବେ ରାଜ୍ୟ ଯୁଗ୍ମ ସଂପାଦକ ମନୋଜ ଦୋରା ଓ ସାଂଗଠନିକ ସଂପାଦକ ଅନ୍ତର୍ଯ୍ୟାମୀ ଦୋରା ,ଜିଲା ଉପସଭାପତି ରାଜକିଶୋର ବାରିକ ପ୍ରମୁଖ ମଞ୍ଚସିନ ଥିଲେ । ସମ୍ବଲପୁର ଜିଲାରେ ନିଯୁକ୍ତି ପାଇଥିବା ଦିନଠାରୁ ଡିଏ, ଏନକ୍ରିମେଣ୍ଟର ବକେୟା ପାଇ ନଥିବାବେଳେ ଅନେକ ଗଣଶିକ୍ଷକ ନିୟମିତରୁ ବଂଚିତ ଅଛନ୍ତି ।

hiring

ଏସବୁର ସମସ୍ୟା ଉପରେ ରାଜ୍ୟମହାସଂଘ ନେତୃମଣ୍ଡଳୀଙ୍କଠାରେ ଉପସ୍ଥାପନ କରିଥିଲେ । ବକେୟା ଡିଏ, ଏନକ୍ରିମେଣ୍ଟ ଯଦି ୩୦ ତାରିଖ ମଧ୍ୟରେ ଡିପିସି କାର୍ଯ୍ୟାଳୟରୁ ପ୍ରଦାନ କରାନଗଲେ ଆଗାମୀ ଦିନରେ ସମ୍ବଲପୁର ଜିଲାପାଳ ଓ ଡିପିସିଙ୍କ କାର୍ଯ୍ୟାଳୟ ଘେରାଉ ସହ ଅନଶନ କରିବାକୁ ଜିଲା ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନିଷ୍ପତ୍ତିକୁ ରାଜ୍ୟ ମହାସଂଘ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ରାଜ୍ୟ ମହାସଂଘ କର୍ମକର୍ତ୍ତା ଘୋଷଣା କରିଥିଲେ । ଆଗାମୀ ସମୟରେ ରାଜ୍ୟ ମହାସଂଘ ଓ ଜିଲା ସଂଘ ସୁଦୃଢ଼ କରାଯିବ ବୋଲି ସମ୍ବଲପୁର ଜିଲାର ସମସ୍ତ ବ୍ଲକର ସଭାପତି ଓ ସଂପାଦକ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ପ୍ରଧାନ, ଟିକେଶ୍ୱର ସାହୁ, ଚନ୍ଦ୍ରମଣି ପ୍ରଧାନ, ସୁରେଶ ଚନ୍ଦ୍ର ସାହୁ, ପ୍ରଦୀପ ପଟେଲ, ଇନ୍ଦ୍ରମଣୀ ପ୍ରଧାନ, ସୁକାନ୍ତ ପ୍ରଧାନ, ଗୋଲକ ବିହାରୀ ପ୍ରଧାନ, ଦିଲ୍ଲୀପ କୁମାର ସ୍ୱାଇଁ ପ୍ରମୁଖ ଶତାଧିକ ଶିକ୍ଷକ ଯୋଗଦେଇ ମହାସଂଘକୁ ମଜବୁତ କରିବା ସହ ସବୁ ସମସ୍ୟାକୁ ପର୍ଯ୍ୟାୟ କ୍ରମେ ସମାଧାନ କରାଯିବ ବୋଲି ମହାସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ କହିଥିଲେ ।

hiranchal ad1
Leave A Reply

Your email address will not be published.

11 − 11 =