ଫୁଲବାଣୀ: ଆଜିକାଲି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅତି ସୌଖିନ ଖାଦ୍ୟ ପାଲଟିଛି ଚିପ୍ସ ସମ୍ବନ୍ଧୀୟ ଖାଦ୍ୟ l ପିଲାମାନେ ସକାଳୁ ଉଠି ନିତ୍ୟକର୍ମ ସାରି ପାଠ ପଢି ବାହାରିଲା ମାତ୍ରକେ ବିଭିନ୍ନ ନାମରେ ଥିବା ଜରି ପ୍ୟାକେଟ ଚିପ୍ସ ଧରି ଖାଇ ଖାଇ ଟିଉସନ ଏବଂ ସ୍କୁଲକୁ ଯାଉଥିବା ଦେଖିବାକୁ ମିଳୁଛି l ହେଲେ ବେଳେ ବେଳେ ଏହି ଚିପ୍ସ ପ୍ୟାକେଟ ଜୀବନ ନେଇ ପାରେ ତାହା କେହି ଜାଣି ନଥାନ୍ତି l ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତଗତ ତାଜୁଙ୍ଗିଆ ପଂଚାୟତ ଶିକରମାହାରେ । ଗ୍ରାମର ରଞ୍ଜିତ ପ୍ରଧାନ ଖୁସିରେ ୪ ବର୍ଷର ପୁଅ ବିଗିଲ ପ୍ରଧାନ ପାଇଁ ଏକ ଚିପ୍ସ ପ୍ୟାକେଟ ଖାଇବା ପାଇଁ ଆଣି ଥିଲେ, ହେଲେ ଚିପ୍ସ ପ୍ୟାକେଟରେ କୁଆଡ଼େ ଏକ ଛୋଟ ପ୍ଲାଷ୍ଟିକ ବନ୍ଧୁକ ଥିଲା । ବିଗିଲ୍ ସେହି ବନ୍ଧୁକ ଖେଳିବା ବେଳେ ଅସାବଧାନତା ବଶତଃ ଗିଳି ଦେଇଥିଲା ଓ ଖେଳନାଟି ତଣ୍ଟି ରେ ଅଟକି ଯାଇଥିଲା ଆଉ ନିଃଶ୍ଵାସ ପ୍ରଶ୍ଵାସ ନେବା ମୁସ୍କିଲ ହୋଇପଡିଥିଲା। ବାପା ଓ ମା ବହୁତ ଚେଷ୍ଟା କରି ବିଫଳ ହେବା ପରେ ଦାରିଙ୍ଗବାଡି ମେଡିକାଲକୁ ନେଇଥିଲେ ହେଲେ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା । ଆଉ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥଲା l
ଯେପରି ଗୁଟୁକା ବିକ୍ରି କରିବା ଏବଂ ଖାଇବା ଉପରେ ସରକାର କଡା ଆଇନ ଲଗାଇବା ଏବଂ ସଚେତନତା କରାଯାଇଛି ଫଳରେ ଦୋକାନୀ ମାନେ ଖୁଲାମ ଖୁଲା ଯେଉ ବିକ୍ରି କରୁଥିଲେ ତାହା କିଛି ମାତ୍ରାରେ ହ୍ରାସ ହୋଇଛି l କିନ୍ତୁ ବିଭିନ୍ନ ନାମଥିବା କମ୍ପାନୀ ଓ ନାମ ନଥିବା କମ୍ପାନୀ ଛୋଟ ପିଲା ମାନଙ୍କୁ ଲୋଭଗ୍ରସ୍ତ କରିବା ପାଇଁ ଓ ବିପଦକୁ ଠେଲିବା ଉଦେଶ୍ୟରେ ବିଭିନ୍ନ ଖେଳଣା ଜରି ପ୍ୟାକେଟରେ ଭର୍ତି କରି ବିକ୍ରି କରାଯାଉଛି ଫଳରେ ଏପରି ଘଟଣା ସୃଷ୍ଟି ହେଉଛି ବୋଲି ସର୍ବ ସାଧାରଣରେ ଚର୍ଚ୍ଚା ହେଉଛି l ଏହାରି ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ଜିଲ୍ଲlପାଳ ଦୃଢ଼ କାର୍ଯ୍ୟlନୁଷ୍ଠାନ ଗ୍ରହଣ କଲେ ପିଲା ମାନଙ୍କର ଜୀବନ ବଞ୍ଚି ପାରିବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି l
