ପଞ୍ଚାୟତ ନିର୍ବାଚନ ଲାଗି ଗାଡି ଓ ମାଇକ ପାଇଁ ଅନୁମତି ପତ୍ର ଦେଇପାରିବେ ତହସିଲଦାର : ନିର୍ବାଚନ କମିଶନ

0 152

ଭୁବନେଶ୍ୱର:ବର୍ତ୍ତମାନ ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିିଭିନ୍ନ ରାଜନୈତିକ ଦଳମାନେ ନିର୍ବାଚନରେ ଡାକବାଜି ଯନ୍ତ୍ର ଓ ଗାଡିର ବ୍ୟବହାର ନିମନ୍ତେ ସଂପୃକ୍ତ ଅଧିକାରୀଙ୍କଠାରୁ ଅନୁମତି ପତ୍ର ପ୍ରାପ୍ତ ହେବା ନିମନ୍ତେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ନିର୍ବାଚନ କମିଶନଙ୍କଠାରେ ଅନେକ ଅଭିଯୋଗ ଆସି ପହଞ୍ଚ଼ୁଛି । ଏହାର ସୁପରିଚାଳନା ନିମନ୍ତେ ସ୍ଥାନୀୟ ତହସିଲଦାରମାନଙ୍କୁ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଗାଡି ଓ ଡାକବାଜି ଯନ୍ତ୍ରର ଅନୁମତି ପତ୍ର ପ୍ରଦାନ କରିବା ନିମନ୍ତେ ପ୍ରାଧିକୃତ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ସବୁ ରାଜନୈତିକ ଦଳମାନେ ସହଜରେ ଅନୁମତି ପତ୍ର ପାଇପାରିବେ ।
ସଂପୃକ୍ତ ଉପଜିଲ୍ଲାପାଳଙ୍କ ସହ ସ୍ଥାନୀୟ ତହସିଲଦାରମାନେ ନିର୍ବାଚନ ନିମନ୍ତେ ଗାଡି ଓ ଡାକବାଜି ଯନ୍ତ୍ରର ବ୍ୟବହାର ନିମନ୍ତେ ଅନୁମତି ପତ୍ର ପ୍ରଦାନ କରିପାରିବେ । ଯେଉଁ ବ୍ଲକ୍‌ ପୁଲିସ କମିଶନରେଟ୍‌ ଅଧୀନରେ ଆସୁଛି ସେଠାରେ ସଂପୃକ୍ତ ପୁଲିସ କମିଶନର ଆବଶ୍ୟକ ଅନୁମତି ପତ୍ର ପ୍ରଦାନ କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସରପଞ୍ଚ ଓ ପଞ୍ଚାୟତ ସମିତି ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ଗାଡି ବ୍ୟବହାର ନିମନ୍ତେ ସ୍ଥାନୀୟ ବିଡିଓ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ କ୍ଷେତ୍ରରେ ଗାଡି ବ୍ୟବହାର ନିମନ୍ତେ ସଂପୃକ୍ତ ଉପଜିଲ୍ଲାପାଳମାନେ ଅନୁମତି ପତ୍ର ପ୍ରଦାନ କରିବେ ବୋଲି ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

one + 12 =