ୟୁକ୍ରେନ ସହ ରହିଛି ଆମେରିକା : ବାଇଡେନ

0 50

ଓ୍ୱାଶିଂଟନ: ୟୁକ୍ରେନ ଉପରେ ଆକ୍ରମଣ ନେଇ ଋଷ ବିରୋଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗର୍ଜନ । ଋଷର ଅର୍ଥନୀତିକୁ ସମ୍ପୂର୍ଣ୍ଣ କାବୁ କରି ଦିଆଯିବ । ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ବାଇଡେନ କହିଛନ୍ତି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାବୁଛନ୍ତି ସେ ୟୁରୋପକୁ ଭାଗ ଭାଗ କରିବାରେ ସକ୍ଷମ ହେବେ । ମାତ୍ର ଏହା ଯଦି ସେ ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ । ଋଷର ଏହି ଆକ୍ରମଣ ଲାଗି ଆମେ ପ୍ରସ୍ତୁତ ଏବଂ ସାରା ବିଶ୍ବରୁ ଋଷ ବର୍ତ୍ତମାନ ଅଲଗା ହୋଇଯାଇଛି । ଋଷୀୟ ଏୟାରଲାଇନ୍ସ ଲାଗି ଆମେରିକା ଆକାଶମାର୍ଗ ବନ୍ଦ କରି ଦିଆଯିବ । ବାଇଡେନ୍ କହିଛନ୍ତି, ୟୁକ୍ରେନ ସହ ରହିଛି ଆମେରିକା । ଋଷ ଉପରେ ଆର୍ଥିକ କଟକଣା ଲଗାଇଛି ଆମେରିକା । ଋଷର ମନମାନିକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଜୋ ବାଇଡେନ୍ ।

hiranchal ad1
Leave A Reply

Your email address will not be published.

ten − one =