ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0 75

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ଼ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ବୃଷକେତୁ ଦାଶଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋରଞ୍ଜନ ଦଳେଇଙ୍କ ସମେତ ସ୍କୁଲ କମିଟିର ସଭାପତି ଜୟ ରାମ ମହାରଣା, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ହରିହର ଦାସ ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ମିନାକ୍ଷୀ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ । ଡକ୍ଟର ବୃଷକେତୁ ଦାସ ଗତ ୨୮. ୮.୧୯ ରୁ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ ପର ଠାରୁ ଅବସର ଗ୍ରହଣ ପର୍ଯ୍ୟନ୍ତ ଡକ୍ଟର ଦାଶ ହାଇ ସ୍କୁଲର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମେତ ଛାତ୍ର ମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଥିଲେ । ବିଦ୍ୟାଳୟର ଉନ୍ନତି ସାଧନ କରିଥିବା ଯୋଗୁଁ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଓ ମୁଖ୍ୟବକ୍ତା ଶ୍ରୀ ଦଳେଇ ପ୍ରମୁଖଙ୍କ ସମେତ ମଞ୍ଚାସିନ ଅତିଥି ଓ ବହୁ ଶୁଭେଚ୍ଛୁମାନେ ଡକ୍ଟର ଦାସଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ।ଏହି ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହରେ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ରାଜନେତା, ସହରର ବୁଦ୍ଧି ଜୀବୀ, ଶୁଭେଚ୍ଛୁ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଗଜପତି ରୁ ବିବେକାନନ୍ଦ ବେହେରା

hiranchal ad1
Leave A Reply

Your email address will not be published.

5 + one =