ଅର୍ଥ ସାଜିଛି ବାଧକ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏକଲବ୍ୟ

0 44

ଘୁ ଉଦୟଗିରି: ଦୀର୍ଘ ୨୫ ପୂର୍ବେ ଦିନେ ହଟାତ ଗଛରୁ ପଡିଗଲେ, ଯାହା ଫଳରେ ମୂତ୍ରାଶୟରେ ଗଭୀର ଆଘାତ ହେବା ଫଳରେ ପ୍ରଥମେ ତାଙ୍କୁ ସ୍ଥାନୀୟ ଗୁଡ୍ରିପୋଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କର ପରିଶ୍ରା ବାହାରୁ ନଥିଲା । କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଳକ ଅଧୀନରେ ଥିବା ରାଇକଲା ପଞ୍ଚାୟତ ଟକିନାଜୁ ନିବାସୀ ଏକଲବ୍ୟ ପ୍ରଧାନ (୫୫)ଙ୍କର ଏମିତି ଦୁଃଖଦ ଘଟଣା ଘଟିଛି । ଭାଗ୍ୟର ବିଡମ୍ବନା ଯେ ଗରିବ ହେତୁ ସେ ଉତ୍ତମ ଚିକିତ୍ସା ପାଇପାରିଲେ ନାହିଁ ଯାହା ଫଳରେ ଆଜି ପର୍ଯ୍ୟନ୍ତ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ସେ । ଗଛରୁ ପଡିଗଲା ପରେ ପରିବାର ଲୋକେ ଖ୍ରୀଷ୍ଟିଆନ ମେଡିକାଲକୁ ଆଣିଥିଲେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଇଆସ ଦ୍ୱାରା ଏକ ପ୍ଲାଷ୍ଟିକ ନଳ ଲାଗେଇଦେଇ ବ୍ରହ୍ମପୁର ଯିବା ପାଇଁ କହିଲେ, ସେଠାରେ ତାଙ୍କର ଚିକିତ୍ସା ପରେ ଦେଖିଲେ ଯେ ପରିଶ୍ରା ଆସିବାରେ ଅସୁବିଧା ହେଉଥିବା ଜାଣି ଡାକ୍ତର ଅପରେସନ କରିବା ପାଇଁ କହିଲେ,କିନ୍ତୁ ତାଙ୍କ ପାଖରେ ଅପରେସନ ପାଇଁ ପଇସା ନ ଥିବାରୁ ଫେରିଆସି ଜିଲ୍ଲାପାଳଙ୍କ ନିକଟକୁ ଗଲେ, ସେଠାରେ ଗୁହାରି ପରେ କଲେକ୍ଟର ତାଙ୍କୁ କିଛି ଟଙ୍କା ଦେଲେ ଓ ଚିକିତ୍ସା କରିବା ପାଇଁ କହିଲେ କିନ୍ତୁ ତାହା ମଧ୍ୟ ଯଥେଷ୍ଟ ହେଲା ନାହିଁ ଅପରେସନ ହୋଇ ପାରିଲା ନାହିଁ,ଯାହା ଫଳରେ ଆଜି ପର୍ଯ୍ୟନ୍ତ ସେ ଅପରେସନ ନ ହୋଇ ପାରି କଷ୍ଟ ଅନୁଭବ କରିବା ସହିତ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ସେପଟେ ପରିବାର କହିଲେ ବର୍ତ୍ତମାନ ତାଙ୍କ ବଡଭାଇ ଦାଉଦ ପ୍ରଧାନ (୬୫) ଯିଏକି ଦୀର୍ଘ ୧୫ ରୁ ଅଧିକ ବର୍ଷ ହେବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଅକ୍ଷମ ହୋଇରହିଛନ୍ତି । ତାଙ୍କ ସ୍ତ୍ରୀ କାମିନୀ ପ୍ରଧାନ ୬୨ ବର୍ଷ, ସେ ମଧ୍ୟ ମାନସିକ ବିକାରଗ୍ରସ୍ତ । ଶତକଡା ୭୦ଭାଗ ଅକ୍ଷମ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରମାଣପତ୍ର ଦିଆଯାଇଛି ତେବେ ସେ କେବେ କେଉଁଠି ରହୁଛନ୍ତି ତାହାର ଠିକଣା ନାହିଁ । ଦାଉଦ ଓ କାମିନୀଙ୍କର ୩ ଟି ସନ୍ତାନ ଝିଅ ବଡ଼ ମିରାଶିନୀ ପ୍ରଧାନ ୪୦ ବର୍ଷ ଓ ଲେବି ପ୍ରଧାନ ଓ ସାନ ପୁଅ କଇନ ପ୍ରଧାନ ସମୁଦାୟ ୮ ଜଣ ପରିବାରରେ ରହୁଥିବା ବେଳେ ୫ଜଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି ବା ଭିନ୍ନକ୍ଷମ ଅଟନ୍ତି । ଏହି ସମସ୍ତଙ୍କୁ ଦେଖାରେଖା କରିବା ପାଇଁ ଏକ ମାତ୍ର ବୋହୂ ଯିଏକି ଲେବିୟ ପ୍ରଧାନଙ୍କ ସ୍ତ୍ରୀ । ଭିନ୍ନକ୍ଷମ ଭତ୍ତା ମିଳୁଛି କିନ୍ତୁ ଏକଲବ୍ୟ ଦୀର୍ଘ ୪ ମାସ ହେଲା ଭତ୍ତା ପାଇନାହାନ୍ତି ଯାହାକି ଦୁଃଖର ବିଷୟ । ରାସନ କାର୍ଡ ମାଧ୍ୟମରେ ଚାଉଳ ମିଳୁଛି କିନ୍ତୁ ଅନ୍ୟ ଆବଶ୍ୟକ ଦେଖିବାକୁ ଗଲେ ଏକା ରୋଜଗାର କରିବା ପୁଅ ଲେବିୟ ପ୍ରଧାନ ଯିଏକି ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟରେ ରହୁଛନ୍ତି । ଦାଉଦଙ୍କର ବଡ଼ଝିଅର ସ୍ୱାମୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ତାଙ୍କର ମଧ୍ୟ ୩ ଟି ସନ୍ତାନ, ଗୋଟିଏ ସାନ ଝିଅ ପାଖରେ ଅଛି ବାକି ଜଣେ ପୁଅ ହଷ୍ଟେଲରେ ରହି ପଢୁଛି ଏବଂ ଅନ୍ୟ ଜଣେ ବାହାରେ ରହୁଛନ୍ତି । ଏମିତି ବି ପରିବାର ଅଛି ଯାହାଙ୍କ ଜୀବନ ରେ ଦୁଃଖ ସରୁନାହିଁ ।କେବେ ଏହି ପରିବାର ଦୁଃଖ ସରିଯିବ ନା ଏହି ଦୁଃଖରେ ପରିବାର ହନ୍ତସନ୍ତ ହେଉଥିବେ । ସରକାରଙ୍କ ଦ୍ୱାରା ଏବେ ଏକ ସ୍ମାର୍ଟ କାର୍ଡ ମିଳିଛି ଯାହାକି ବ୍ୟବହାର କେମିତି କରାଯିବ ତାହା ମଧ୍ୟ ଜାଣି ନାହାନ୍ତି, ତେବେ କେବେ ସରକାର ଏମାନଙ୍କ ପ୍ରତି ଦୃଷ୍ଟି ଦେବେ ଓ କେବେ ଏହି ପରିବାରର ଦୁଃଖ ସରିବ ତାହା ଦେଖିବାକୁ ରହିଲା । ଏହି ପରିବାରର ଦୁଃଖଦ ଦୃଶ୍ୟ ଦେଖିଲେ ଶତ୍ରୁର ଆଖୁରୁ ଲୁହ ଝରିଯିବ । ଭଗବାନ କୌଣସି ପରିବାରକୁ ଏହିଭଳି ଦୁଃଖ ନ ଦେଉ । ଜିଲ୍ଲା ପ୍ରଶାସନ ଏହି ଅସହାୟ ପରିବାର ପ୍ରତି ସ୍ୱତନ୍ତ ଦୃଷ୍ଟି ଦେଇ ସମସ୍ତଙ୍କ ଚିକିତ୍ସା ବ୍ୟବସ୍ଥା କରିବାକୁ ନିବେଦନ ।

hiranchal ad1
Leave A Reply

Your email address will not be published.

1 × four =