ଲୁହାସିଂହା କଲଙ୍ଗାପଡାରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସଂପନ୍ନ

0 66

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଲୁହାସିଂହା ଗ୍ରାମର କଲଙ୍ଗାପଡାରେ ଚବିଶ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଏପ୍ରିଲ ୧୮ରୁ ୨୧ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞରେ ପ୍ରଥମେ ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପ ସ୍ଥାପନ କରିବା ସହ ଭଗବାନ ଶ୍ରୀକୃଷ୍ଣ ରାଧା ଦାମୋଦର ପରୋଷୋତ୍ତମ ମହାପ୍ରଭୁ ରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଯଜ୍ଞ କର୍ତ୍ତା ଭାବେ ଲୁହାସିଂହା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସୀମାଞ୍ଚଳ ପୁରୋହିତ (ମୁନା) ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ସସ୍ମିତା ପୁରୋହିତ ପୂଜା କାର୍ଯ୍ୟ ନିର୍ବାହ କରିଥିଲେ । ଏଥିରେ ସୁନାମାଲ, ଟପର୍ଣ୍ଣା , ଲୁହା ସିହା ରାଧାମାଧବ ମହିଳା ସଂକୀର୍ତ୍ତନ ଦଳ ଓ କିସନ କହ୍ନେୟା, ହିର୍ଲି, ଡୁଡୁକା, କଳାହାଣ୍ଡି, ପିପିଲଡାବର ଆଦି ଗ୍ରାମର ସଂକୀର୍ତ୍ତନ ଦଳ ଯୋଗ ଦେଇ ପରିବେଷଣ କରିଥିଲେ । ନାମଯଜ୍ଞ ପରିଚାଳନା କମିଟି କର୍ମକର୍ତ୍ତା ସଭାପତି କିଶୋର ପାଣ୍ଡେ , ଉପ ସଭାପତି ଦୈତାରୀ ମହରା, ଅନାଦି ମହରା, ସଂପାଦକ ହୃଷିକେଶ ବରିହା, ସହ ସଂପାଦକ ପ୍ରିୟବ୍ରତ ସିଂ ନିନା, କୋଷାଧ୍ୟକ୍ଷ ମନବୋଧ ସାହୁଙ୍କ ସମେତ ଗ୍ରାମବାସୀ ଓ ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପ୍ରବଳ ସମାଗମ ହୋଇଥିଲା । ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

seventeen − four =