ଊନବିଂଶ ବୌଦ୍ଧ ପୁସ୍ତକମେଳା ଉଦଘାଟିତ

0 88

ବୌଦ୍ଧ: ସ୍ଥାନୀୟ କଚେରୀ ଖେଳ ପଡିଆଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ୱାରା ଆୟୋଜିତ ଊନବିଂଶ ବୌଦ୍ଧ ପୁସ୍ତକମେଳା ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଯୋଗଦେଇ ଫିତାକାଟି ପୁସ୍ତକମେଳାକୁ ଉଦଘାଟନ କରିଥିଲେ । ମା’ଭୈରବୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୁସ୍ତକମେଳା ମଞ୍ଚ ଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ଅତିଥିମାନେ ସମସ୍ତ ପୁସ୍ତକ ଷ୍ଟଲ୍ ବୁଲି ଦେଖିଥିଲେ । ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ସଭାପତି ଦିବ୍ୟଶଙ୍କର ରାଉତ, ସାଧାରଣ ସଂପାଦକ ଯୁଗଳ କିଶୋର ସାମଲଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

hiring

ପୁସ୍ତକମେଳା ଉଦ୍‌ଘାଟନ ପୂର୍ବରୁ ପୁରୁଣାକଟକ ମା ଭୈରବୀଙ୍କ ପୀଠରୁ ଅଖଣ୍ଡ ଦୀପ ଅଣାଯାଇ ପୁସ୍ତକମେଳା ମଞ୍ଚରେ ସ୍ଥାପିତ ହୋଇଥିଲା । ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଏହି ମେଳାରେ ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶକ ଓ ବିକ୍ରେତା ଯୋଗ ଦେଇଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ ସାହିତ୍ୟ ସଭା, ବିଭିନ୍ନ ଆଲୋଚନା ଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆୟୋଜକଙ୍କ ନିକଟରୁ ସୂଚନା ମିଳିଛି । ଉଦଘାଟନୀ ସନ୍ଧ୍ୟାରେ ଛଉ, ମୟୂରଭଞ୍ଜ ଲୋକନୃତ୍ୟ, ଗିରାସିଙ୍ଗା ମା ମାହେଶ୍ୱରୀ ସଂସ୍କୃତି ସଂସଦ ଦେହେରୀଗୋଠ, ବିନିକା ମେଜିକ ସୋ, ବୌଦ୍ଧର ପ୍ରଣାମ ନୃତ୍ୟାନୁଷ୍ଠାନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ପୁସ୍ତକମେଳା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଆଜି ପ୍ରଥମ ଦିନରେ ବହୁସଂଖ୍ୟାରେ ଦର୍ଶକ ବିଭିନ୍ନ ବହି ଷ୍ଟଲ ଗୁଡିକରେ ଭିଡ ଜମାଇଥିଲେ । ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର ଓ ଖାଦ୍ୟ ଷ୍ଟଲ ଗୁଡିକରେ ବିଭିନ୍ନ ପ୍ରକାର ଖାଦ୍ୟର ମଜାଉଠାଇଥିଲେ ଦର୍ଶକ ।

hiranchal ad1
Leave A Reply

Your email address will not be published.

one × four =