ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକପତ୍ର ଦେଲା ଜି. ଉଦୟଗିରି ସାମ୍ବାଦିକ ସଂଘ

0 44

ଜି. ଉଦୟଗିରି : ପଞ୍ଚାୟତ ନିର୍ବାଚନର ଚାରୋଟି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଜାରି ରହିଛି । ପ୍ରଥମ ଦୁଇଟି ପର୍ଯ୍ୟାୟରେ କଣାସ, ପିପିଲି, ଚାନ୍ଦବାଲି, ଯାଜପୁର ସମେତ ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ନଜରକୁ ଆସିଥିଲା । ତୃତୀୟ ପର୍ଯ୍ୟାୟରେ ସବୁ ସୀମା ସରହଦ ଡେଇଁ ଥିଲେ ଦୁର୍ବୃତ୍ତ । ବିଞ୍ଝାରପୁରରେ ସାମ୍ବାଦିକ ମାନଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିଲା । ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ତେଣୁ ଜି. ଉଦୟଗିରି ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆକ୍ରମଣକୁ ଦୃଢ ନିନ୍ଦା କରାଯିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାଯ୍ୟାନୁଷ୍ଠାନ ପୂର୍ବକ ସାମ୍ବାଦିକମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି । ସ୍ମାରକ ପତ୍ର ପ୍ରଦାନବେଳେ ଜି. ଉଦୟଗିରି ସାମ୍ବାଦିକ ସଂଘ ତରଫରୁ ସମୀର କୁମାର ପାଢ଼ୀ, ଅରୁଣ କୁମାର ଷଡଙ୍ଗି, ରାମକୃଷ୍ଣ ଚୌଧୁରୀ, ବଟକୃଷ୍ଣ ଦାଶ, ପ୍ରତାପ ଚନ୍ଦ୍ର ପାଢୀ, ସାମନ୍ତ ଶେଖର ନାୟକ,ଆଶୁତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

thirteen − three =