ଚୌଦ୍ୱାର: ଚୌଦ୍ୱାର ଜେଲରୁ ୨ କଏଦୀ ଫେରାର। ଫେରାର ଅପରାଧୀ ବିହାରର ରାଜା ସାହାଣୀ ଓ ମଧୁକାନ୍ତ ରାଣା ବୋଲି ଜଣାପଡ଼ିଛି। ସୂଚନା ମୁତାବକ,ଫେରାର ଦୁଇ ଅପରାଧୀ ଯାଜପୁର ପାଣିକୋଇଲି ଅଞ୍ଚଳରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଗତ ଜାନୁଆରୀ ୪ ତାରିଖରେ ଗୁଳିମାଡ଼ କରି ସୁନା ଅଳଙ୍କାର ଲୁଟ କରିଥିଲେ । ଘଟଣାରେ ଏହି ଦୁଇ ଅପରାଧୀଙ୍କୁ ଯାଜପୁର ପୁଲିସ ଗିରଫ କରି ଚୌଦ୍ୱାର ଜେଲକୁ ପଠାଇଥିଲା। ସେହି ଦିନ ଠାରୁ ସେମାନେ ଚୌଦ୍ୱାର ଜେଲରେ ରହି ଆସୁଥିଲେ । ହେଲେ ଗତ ଗୁରୁବାର ମଧ୍ୟରାତ୍ରିରେ ସେମାନେ ଫେରାର ହୋଇଥିବା ସୂଚନା ମିଳିଛି । ଫେରାର ହେବା ଘଟଣା ଆଜି ସକାଳୁ ଜେଲ କର୍ତ୍ତୃପକ୍ଷ ଜାଣିବା ପରେ ଚୌଦ୍ୱାର ଥାନାକୁ ଜଣାଇଥିବା ଆଇଆଇସି ଦୀପ୍ତିକାନ୍ତ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।
