ଗୁଣ୍ଠୁଣି ସେବକ ବଟକୃଷ୍ଣ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

0 75

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ଚଣ୍ଡିତଳ ପଞ୍ଚାୟତ ଚଣ୍ଡିତଳ ଗ୍ରାମରେ ଗୁଣ୍ଠୁଣୀ ସେବକ ସ୍ୱର୍ଗତ ବଟକୃଷ୍ଣ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ସଭାରେ ପ୍ରାକ୍ତନ ମନ୍ତ୍ରୀ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ସ୍ୱର୍ଗତ ମହାନ୍ତି ଜଣେ ସଚ୍ଚୋଟ ସମାଜସେବୀ ଓ ସମର୍ପିତ ବ୍ୟକ୍ତିତ୍ୱ ଭାବରେ ଗୁଣଗାନ କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ଜନ୍ମ ସ୍ଥାନ ଯାଜପୁର ଜିଲା ବାରବାଟୀ ହୋଇଥିଲେ ମଧ୍ୟ କର୍ମସ୍ଥଳୀ ତତ୍କାଳୀନ ଗୁଣ୍ଠୁଣୀ ଗ୍ରାମ ବର୍ତ୍ତମାନରେ ଚଣ୍ଡିତଳ ଗ୍ରାମରେ ପରିଚିତ । ସେ ଏହି ଗ୍ରାମକୁ କର୍ମସ୍ଥଳୀ ରୂପେ ଗ୍ରହଣ କରି ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ବିଶ୍ୱେଶ୍ୱର ବିଦ୍ୟାପୀଠ ବିଦ୍ୟଳୟର ପ୍ରାଣ ପ୍ରତିଷ୍ଠିତା, ଡାକ ଘର ଖୋଲିବା ଓ ନାରୀ ଶିକ୍ଷା ଉପରେ ଆଲୋକପାତ କରି ସଫଳତାର କାର୍ଯ୍ୟ ସମ୍ଫଦାନ କରିଥିଲେ । ସେ ଜଣେ ମହାନ ବ୍ୟକ୍ତି ହୋଇଥିଲେ ମଧ୍ୟ ସଦା ସର୍ବଦା ସେ ନିଜକୁ ଜଣେ ସେବକ ଭାବରେ ପରିଚୟ ପ୍ରଦାନ କରୁଥିଲେ । ଆଜି ଏହି ପ୍ରତିମୃତ୍ତି ଉନ୍ମୋଚନ ସଭାରେ ସମ୍ମାନୀତ ଅତିଥି ଭାବରେ ଯାଜପୁର ଜିଲା ଜିଲାପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ,ପଞ୍ଚଯାତ ସମିତି ଅଧକ୍ଷା ପ୍ରତିନିଧି ନିରଞ୍ଜନ ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ , ୧୯ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ,୧୬ ନମ୍ବର ଜୋନ ସଭ୍ୟ ଯତୀନ୍ଦ୍ର ନାୟକ, ସରପଞ୍ଚ ସାଗରୀକା ବିହାରୀ, ପ୍ରାକ୍ତନ ସମିତି ସଭ୍ୟ ଚିନ୍ମୟ ମହାନ୍ତି ସ୍ୱର୍ଗତ ମହାନ୍ତିଙ୍କ ସାନ ପୁଅ ରବିନାରାୟଣ ମହାନ୍ତି ଯୋଗ ଦେଇ ସ୍ୱର୍ଗତ ମହାନ୍ତିଙ୍କ ଜୀବନାଦର୍ଶ ଉପରେ ସାରା ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । କିଶୋର ମହାନ୍ତି ମଞ୍ଚ ପରିଚଳନୀ କରିଥିବା ବେଳେ ତ୍ରିଲୋଚନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

five × four =