ଫୁଲବାଣୀ: ମଙ୍ଗଳବାର ଟ୍ରାକ୍ଟର ଦୁର୍ଘଟଣାରେ ଫୁଲବାଣୀର ଜଣାଶୁଣା ବରିଷ୍ଠ ସାମ୍ବାଦିକ ମହାଦେବ ସାହୁଙ୍କ ପୁତ୍ର ଶଶାଙ୍କ ଶେଖର ସାହୁଙ୍କ ଅକାଳ ମୃତ୍ୟୁ ଘଟିଛି । ଶଶାଙ୍କ ଖଜୁରୀପଡା ବ୍ଲକର ଖଲି ବେରଣା ସ୍ଥିତ ନିଜ ଫାର୍ମରେ ଟ୍ରାକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଟ୍ରାକ୍ଟର ତଳେ ଚାପି ହୋଇଯିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ଶଶାଙ୍କଙ୍କ ଅକାଳ ମୃତ୍ୟୁରେ ସହରରେ ଶୋକର ଛାୟା ଖେଳିଯାଇଛି । ଶଶାଙ୍କ ସାହୁ ଜଣେ ଭଲ ସଂଗଠକ,ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ସେଭ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଗଠନ କରି ଜିଲାର ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ବିକାଶ ଦିଗରେ ଉଦ୍ୟମ କରିଆସୁଥିଲେ । ତାଙ୍କର ଅକାଳ ମୃତ୍ୟୁରେ ଆନନ୍ଦ ମାର୍କେଟ ସମେତ ଅନ୍ୟାନ୍ୟ ମାର୍କେଟ ବନ୍ଦ ରହିଥିଲା ।
ସେହିପରି ଶଶାଙ୍କ ସାହୁଙ୍କ ମୃତ୍ୟୁରେ ସମାଜସେବୀ ଅଶୋକ ପରିଡ଼ା, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ସମ୍ପାଦକ,କନ୍ଧମାଳ ମିଡିଆ ଫୋରମର ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଏବଂ ବଡ଼ଖବରର ଡିସି ବାପି ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା,ବିଜୟ ମହାନ୍ତି, ଅଶୋକ ମହାନ୍ତି, ସନ୍ତୋଷ ଦିଗଲ, ନାରାୟଣ ସାହୁ, କାହ୍ନୁ ଚରଣ ଶତପଥୀ ସମାଜସେବୀ ମହମଦ ଜିଆଉଦିନ, ସ୍ୱାତି, ସମ୍ପାଦକ ଇଂ. ହରିଶଙ୍କର ରାଉତ, ପ୍ରଦୀପ ଦାଶ, ବନବାସୀ ସେବା ସମିତି ସହ ସମ୍ପାଦକ ରବୀନ୍ଦ୍ର ପଣ୍ଡା, ନିପୀଡିତ ମୁଖ୍ୟ ରାମ ଚନ୍ଦ୍ର ଦାସ, ସାଲୁଙ୍କି ମୁଖ୍ୟ ଅଶୋକ ପ୍ରଧାନ, ପାହାଡ଼ ସଂଗଠନ ମୁଖ୍ୟ ପଞ୍ଚାନନ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ଶଶାଙ୍କଙ୍କ ଅକାଳ ମୃତ୍ୟୁ ଖବର ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସମସ୍ତ କର୍ମକର୍ତ୍ତା ପହଞ୍ଚି ଶୋକ ବ୍ୟକ୍ତ କରିଥିଲେ ।