ସରିଲା ପୌର ନିର୍ବାଚନ; ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ, ୨୬ରେ ଫଳାଫଳ

0 119

ଦଶପଲ୍ଲା :ଶେଷ ହୋଇଛି ପୌର ନିର୍ବାଚନ । ପୌର ନିର୍ବାଚନରେ ଦଶପଲ୍ଲା ଏନଏସିର ୧୬ ୱାର୍ଡ ପାଇଁ ନିବାଚନ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ପ୍ରତ୍ୟେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି । ୧୬ ଟି ୱାର୍ଡ ପାଇଁ ୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଅଧ୍ୟକ୍ଷା ପଦ ପାଇଁ ୩ ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସମୁଦାୟ ୪୭ ଜଣଙ୍କ ଭାଗ୍ୟ ଏବେ ଏବେ ଏଭିଏମରେ ସିଲ ହୋଇ ରହିଛି । ଭୋଟ ପାଇଁ ଦଶପଲ୍ଲା ଏନଏ ସିର ୧୬ ଗୋଟି ୱାର୍ଡରେ ୨୧ ଟି ବୁଥ କରାଯାଇଥିବା ବେଳେ ଏଥ୍‌ ମଧ୍ୟରେ ଗୋଟିଏ ପିଙ୍କ ବୁଥ କରାଯାଇଥିଲା । ସମୁଦାୟ ୧୫୨୯୪ ଜଣ ଭୋଟର ଙ୍କ ମଧ୍ୟରୁ ୧୧୪୪୩ ଜଣ ଭୋଟର ଭୋଟ ଦେଇଥିବା ନିର୍ବାଚନ ଅଧିକାରୀ କେ ଭି ରାଓଙ୍କଠାରୁ ସୂଚନା ମିଳିଛି । ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ଶେଷ ହୋଇଥିବା ବେଳେ ଦୁଇ ନମ୍ବର ୱାର୍ଡର ୩ ନମ୍ବର ବୁଥରେ ୪ ଜଣ ଭୋଟର ଭୋଟ ଦେବାକୁ ଆସିବା ପୂର୍ବରୁ ସେମାନଙ୍କ ନାମରେ ଅନ୍ୟକେହି ଭୋଟ ଦେଇଥିବା ଜାଣିବା ପରେ ସେହି ବୁଥରେ ଅସନ୍ତୋଷ ଦେଖାଯାଇଥିଲା । ମାତ୍ର ଏ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇନଥିବା ଜଣାପଡିଛି । ସେହିପରି ଦଶପଲ୍ଲା ବାଳିକା ଉଚ୍ଚ ବିଦ୍ୟାଳୟ ଭୋଟ କେନ୍ଦ୍ର ବାହାରେ ବିଶୃଙ୍ଖଳା ଦେଖାଦେବା ପରେ ସେଠାରେ ପୋଲିସ ପହଂଚି ଆୟତ୍ତ କରିଥିଲା । ମୁଖ୍ୟତଃ ସମସ୍ତ ୱାର୍ଡରେ ସିଧାସଳଖ ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ୫ନଂ ଓ ୧୧ନଂ ୱାର୍ଡ ରେ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ସ୍ପଷ୍ଟ ହୋଇଛି । ମାତ୍ର ଏହି ନିର୍ବାଚନ ରେ ବିଜେଡିର ପଲ୍ଲା ଭାରିଥିବା ଚର୍ଚ୍ଚା ହେଉଛି । ୨୬ ତାରିଖ ସକାଳ ୮ ଘଟିକା ସମୟରୁ ଭୋଟ୍‌ ଗଣତି ହୋଇ ଅପରାହ୍ନ ୨ ଘଟିକା ସୁଦ୍ଧା ଫଳାଫଳ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

12 + seven =