ଶ୍ରୀମନ୍ଦିର ୪ ଘଣ୍ଟା ଭକ୍ତଙ୍କ ପାଇଁ ବନ୍ଦ ରହିବ

0 67

ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହି ବିଶେଷ ନୀତି ପାଇଁ ଆଜି ଅପରାହ୍ନ ୪ ଟାରୁ ରାତ୍ର ୮ ଟା ଯାଏ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀଜୀଉ ମାନଙ୍କ ପଇତା ଲାଗି ନୀତି ଦ୍ୱିତୀୟ ଭୋଗମଣ୍ଡପ ପରେ ପରେ ଅନୁଷ୍ଠିତ ହେବ । ଏହି ପଇତା ଲାଗି ସେବା ଦଇତାପତି ସେବକମାନଙ୍କର ଏକ ଗୋଷ୍ଠୀ ଗତ ସେବା ଅଟେ । ଶ୍ରୀଜୀଉମାନଙ୍କ ଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁର ପଇତା ଲାଗି କରାଯାଇଥାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଟର । ସେବକଙ୍କୁ ପଇତା ବୋଳିବା ପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇଥାଏ । ପାଟରା ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ପଇତା ବୋଳି ସାରି ପାଟରା ସେବକ ଉକ୍ତ ଦିନ ଦେଉଳ କାରଣଙ୍କୁ ଯୋଗାଇଥାନ୍ତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପଇତାଲାଗି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହେ ।

hiranchal ad1
Leave A Reply

Your email address will not be published.

2 − two =