ଦଶପଲ୍ଲା : ଦଶପଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଏନାବୁଲାର ମାନବିକ ସଂଗଠନ ପକ୍ଷରୁ ଦଶପଲ୍ଲାର ପ୍ରମୁଖ ଶ୍ମଶାନ ଗୁଡିକର ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀପ କୁମାର ମିଶ୍ରଙ୍କ ନେତୃତ୍ୱରେ କୋଡିଏରୁ ଅଧିକ ସ୍ୱେଚ୍ଛାସେବୀ ଏହି ସଫେଇ କାର୍ଯ୍ୟରେ ଭାଗନେଇଥିଲେ । ଖୋର୍ଦ୍ଧା -ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଏସ୍ଆର ପେଟ୍ରୋଲ ପମ୍ପ ନିକଟ ଶ୍ମଶାନ ଘାଟକୁ ସଫେଇ କରାଯାଇଥିଲା । କାର୍ଯ୍ୟକ୍ରମରେ ମାନସ ସାହୁ, ଭଗବାନ ଦେହୁରୀ, ବିଭୀଷଣ ନାୟକ, ହୃଷିକେଶ ପ୍ରଧାନ, ବରିଷ୍ଠ ନାଗରିକ ରବିନାରାୟଣ ସେଠି ପ୍ରମୁଖ ଭାଗ ନେଇଥିଲେ । ଯୁବକମାନଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।