ରାଷ୍ଟ୍ରପତି ରାମନାଥଙ୍କ ପୁରୀ ଗସ୍ତ କାର୍ଯ୍ୟସୂଚୀ ଚୂଡାନ୍ତ, ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି

0 73

ପୁରୀ : ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‌ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ସେ ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଓ ୩.୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚି ଏକ ହୋଟେଲରେ ଅବସ୍ଥାନ କରିବେ । ତା ପରେ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ରେ ବାହାରିବେ । ୨୦ତାରିଖ ସକାଳ ୧୦.୩୫ରେ ଶ୍ରୀଚୈତନ୍ୟ ଗୌଡିୟ ମଠ ଯାଇ ପରିଦର୍ଶନ କରିବେ । ୧୧ଟା ରେ ଶରଧାବାଲିରେ ଆୟୋଜିତ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉଦଘାଟନୀ ଉତ୍ସବରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଏସପି କେ.ବିଶାଲ ସିଂହଙ୍କ ସହ ମିଶି ସେ ଏହି ଅନୁଧ୍ୟାନ କରିଛନ୍ତି । ଗୌଡୀୟ ମଠ ଓ ଶରଧାବାଲିରେ ଅନୁଧ୍ୟାନ ସହ ବ୍ଲୁ ବୁକ୍‌ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ରାଷ୍ଟ୍ରପତିଙ୍କ ଆସିବାରୁ ଯିବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା,ଶ୍ରୀମନ୍ଦିର ଦର୍ଶନ,ରୁଟ ସିକ୍ୟୁରିଟି ବ୍ୟବସ୍ଥା ସଂପର୍କରେ ପ୍ରାରମ୍ଭିକ ଅନୁଧ୍ୟାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − seven =