ପଦୋନ୍ନତି ସହ ଜିଲ୍ଲା ସମବାୟ ସମିତି ନିବନ୍ଧକ ଦାୟିତ୍ୱରେ ହାଡ଼ିବନ୍ଧୁ ମହାକୁଡ଼

0 573

ନୟାଗଡ଼ : ନୟାଗଡ଼ ଜିଲ୍ଲା ସମବାୟ ସମିତି ସମୂହ ନିବନ୍ଧକ ଭାବେ କାର୍ଯ୍ୟରତ ବିରଜା ନନ୍ଦନ ଦାଶଙ୍କର ବଦଳି ଅନୁଗୁଳ ଜିଲ୍ଲା ଆଠମଲ୍ଲିକକୁ ହୋଇଥିବା ସୂଚନା ମିଳିଛି । ଏଥି ସହିତ ତାଙ୍କର ବଦଳରେ ଦଶପଲ୍ଲା , ଗଣିଆ ଓ ରଣପୁର ଅଞ୍ଚଳ ପାଇଁ କାର୍ଯ୍ୟରତ ଥିବା ସମବାୟ ନିରୀକ୍ଷକ ହାଡ଼ିବନ୍ଧୁ ମହାକୁଡ଼ଙ୍କୁ ସହକାରୀ ନିବନ୍ଧକ ଭାବେ ପଦୋନ୍ନତି ମିଳିଥିବା ସୂଚନା ମିଳିଛି । ପଦୋନ୍ନତି ପରେ ତାଙ୍କୁ ବାଲିଗୁଡ଼ା ସମବାୟ ସମିତି ସମୂହରେ ଅବସ୍ଥାପିତ କରାଯାଇଥିବାବେଳେ ସେ ନୟାଗଡ଼ ଜିଲ୍ଲା ସମବାୟ ସମିତି ସମୂହ ନିବନ୍ଧକ ଦାୟିତ୍ୱରେ କାମ କରିବେ ବୋଲି ନିର୍ଦ୍ଦେଶ ରହିଛି । ଶ୍ରୀ ମହାକୁଡ଼ ଜଣେ ଆଗଧାଡିର ଉପନ୍ୟାସିକ, କଥାକାର ଓ ଜଣେ ଦକ୍ଷ ସାହିତ୍ୟ ସଂଗଠକ ଭାବରେ ଖୁବ୍‌ ପରିଚିତ । ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ସେ ବହୁ ଉପନ୍ୟାସ, ଅନେକ ଗଳ୍ପ ପୁସ୍ତକ ରଚନା କରିଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବଣ ଜଂଗଲ ଘେରା ବାମ ଗ୍ରାମରେ ଜନ୍ମଗ୍ରହଣ କରିଥିବା ହାଡ଼ିବନ୍ଧୁ ଶହ ଶହ ଛାତ୍ରଛାତ୍ରୀଙ୍କୁ ବିନା ପାରିଶ୍ରମିକରେ ଶିକ୍ଷାଦାନ କରିବା ସହ ସେ ଜଣେ ଦକ୍ଷ ଦିଗ୍‌ ଦର୍ଶକ ଭାବେ ଖୁବ୍‌ ଜଣାଶୁଣା ।

hiranchal ad1
Leave A Reply

Your email address will not be published.

11 − six =