ସାହାସ ଓ ଆତ୍ମ ବିଶ୍ୱାସ ହିଁ ନାରୀ ସୁରକ୍ଷାର ମହାମନ୍ତ୍ର

0 105

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଟିକାବାଲି ଏମସିଏସ କଲେଜର ଅଧ୍ୟକ୍ଷ ତଥା ଜିଲ୍ଲା ଯୋଜନା ସେବା ଅଧିକାରୀ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଯୋଗଦେଇ ସାହାସ ଓ ଆତ୍ମବିଶ୍ୱାସ ରହିଲେ ନାରୀ ସୁରକ୍ଷିତ ରହି ପାରିବେ ବୋଲି ମତ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଟିକାବାଲି ଏମସିଏସ ମହାବିଦ୍ୟାଳୟର ଅଧ୍ୟାପକ ବନମାଳୀ ବେହେରା ଅତୀତ ଓ ବର୍ତ୍ତମାନର ନାରୀ ଜୀବନର ଚିତ୍ରକୁ ଅଲୋକ ପାତ କରିଥିଲେ । ଅଧ୍ୟାପକ ଡମ୍ବରୁ ଧର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପ୍ରଭାତୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ପରିଚାଳନା କରିଥିଲେ । ଅଧ୍ୟାପକ ବିଭୁତି ଭୂଷଣ ଶତପଥୀ,ପ୍ରଦୀପ କୁମାର ବିଶ୍ୱାଳ ସହଯୋଗ କରିଥିଲେ । ଆତ୍ମ ସୁରକ୍ଷା ଟ୍ରେନର ଭାବରେ କୁସୁମ ଲତା ପ୍ରଧାନ ପ୍ରଶିକ୍ଷଣ ଦେଇଥିଲେ । ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ରାଣୀ ରଶ୍ମିତା କଁହର, ରୋଜାଲୀନ ଦିଗାଲ, ଲାବଣ୍ୟବତୀ ନାୟକ, ସୁରଭି କହଁରଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − 12 =