ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

0 65

ନବରଙ୍ଗପୁର: ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା, ବାଲ୍ୟ ବିବାହ ନିରାକରଣ, ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯାତନାରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ୱ ଉପରେ ରୟାଘର ବ୍ଲକ ସଭା ଗୃହରେ ଏକ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ଏହି ଏକଦିବସୀୟ ତଲିମ ଶିବିରରେ ରୟାଘର ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ ଅଧ୍ୟକ୍ଷତା କରି ବ୍ଲକର ଜଣେବି ଶିଶୁ ଯେପରି ସେମାଙ୍କର ଅଧିକାରରୁ ବଞ୍ଚିତ ନହୁଅନ୍ତି ସେ ଉପରେ ସମସ୍ତ ସରପଞ୍ଚମାନେ ଦାୟିତ୍ୱବାନ ହୁଅନ୍ତୁ ବୋଲି ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରଶିକ୍ଷଣ ଉଦେଶ୍ୟଜ୍ଞାପନ କରିବା ସହିତ ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା, ଶିଶୁ ମାଙ୍କୁ ଚେଙ୍କ ନଦେଇ ଡାକ୍ତରଙ୍କ ପରାମର୍ଶ ନେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ୱ ଉପରେ ବିଶଦ ଭାବରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେ ରୟାଘର ବ୍ଲକର ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀ ନିଜର ବ୍ଲକକୁ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ମୁକ୍ତ ବ୍ଲକ ଭାବରେ ଗଢି ତୋଳିବା ପାଇଁ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନିବେଦନ କରିଥିଲେ । ସାଧନ ବ୍ୟକ୍ତି ଭାବରେ ଯୋଗଦେଇ ମନୋରମା ମାଝି ଓ ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ ଶିଶୁ ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା, ବାଲ୍ୟ ବିବାହ ନିରାକରଣ, ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯାତନାରୁ ଶିଶୁମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ୱ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ଏସେଆଇ ଅନୁଶୟା ନାୟକ, ବ୍ଲକ ମଙ୍ଗଳ ଅଧିକାରୀ ଅର୍ଜୁନ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୌରଭ କେତନ ବେହେରା, ସମସ୍ତ ସରପଞ୍ଚ ଓ ବିଭିନ୍ନ ଜାତି ସମାଜର ବ୍ଲକ ସଭାପତି, ସୁପରଭାଇଜର ଭବାନୀ ପୁଝାରୀ, କ୍ଷୀରାଦ୍ଧି ତନୟା ରାଉଳ, ମନୀଷା କବିରାଜ,ପ୍ରମିଳା ସାହୁ, କବିତା ଜେଠି,ସାବିତ୍ରୀ ସରଦାର, କୌଶଲ୍ୟା ଗଣ୍ଡ, ଜୟନ୍ତୀ ମାଝି, ତିଳୋତମା ମାଝି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବ୍ଲକରେ ଶିଶୁଧିକାର ଓ ସୁରକ୍ଷା, ବାଲ୍ୟ ବିବାହ ନିରାକରଣ, ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯାତନାରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କର ଭୂମିକା ଓ ଦାୟିତ୍ୱ ଉପରେ ନିଜର ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସିଡିପିଓ ଗୀତାଞ୍ଜଳି ମିଶ୍ର ସଂଚାଳନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 5 =