ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

0 76

ପୁରୀ : ହାଡ଼ଗୋଡ଼ିଆ ସାହିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଘଟଣା ସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି । ଆକ୍ରମଣରେ ଗୁରୁତର ଜଣକ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍‌ର ହରିହର ସାହୁ ବୋଲି ଜଣାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଇଛି । ଘଟଣା ଗୁରୁତର ହରିହରଙ୍କ ପୁଅ ପୂର୍ବରୁ ଏକ ହତ୍ୟାକାଣ୍ଡରେ ଜେଲ ଯାଇଥିବା ବେଳେ ଆଜି ରାତ୍ର ପ୍ରାୟ ୭ଟାରେ ହରିହରଙ୍କୁ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି । ହରିହରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଟାଉନ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଗୁରୁତରଙ୍କ ଅବସ୍ଥା ସଂକଟପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି ।

hiranchal ad1
Leave A Reply

Your email address will not be published.

seventeen − 6 =