ବନ୍ଧାହେଲେ ୭ ଲୁଟେରା, ପିସ୍ତଲ ସହ ବାଇକ ଜବତ

0 99

ପୁରୀ : ହୋଟେଲ କେୟାର ଟେକର ଓ ମ୍ୟାନେଜରଙ୍କ ସହାୟତାରେ ଚାଲିଥିଲା ଲୁଟ । ବନ୍ଧାହେଲେ ୭ ଅଭିଯୁକ୍ତ ।୧ ଟି ୯ଏମଏମ ପିସ୍ତଲ, ଗୋଳାବାରୁଦ,୨ ଟି ବାଇକ ଏବଂ ମୋବାଇଲ ସମେତ ୭୨୦୦୦ ର ନଗଦ ଟଙ୍କା ଜବତ ।
ସୂଚନା ଅନୁଯାୟୀ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଳିଆପଣ୍ଡା ପୋଲିସ ବିର୍ଲା ଚୌକ ନିକଟ ସପ୍ତର୍ଷି ହୋଟେଲ ନିକଟରେ ଛପା ମାରିଥିଲେ । ସେଠାରେ କିଛି ଅସାମାଜିକ ଦୁର୍ବୃର୍ତ୍ତ ମୁଣ୍ଡରେ ବନ୍ଧୁକ ଓ ଛୁରୀ ରଖି ସ୍ଥାନୀୟ ଲୋକଙ୍କ ସମେତ ପର୍ଯ୍ୟଟକମାନଙ୍କ ଠାରୁ ଲୁଟ କରିବା ସହ ଗାଡି ମାନଙ୍କ ଠାରୁ ଦାଦାବଟି ମଧ୍ୟ ଆଦାୟ କରୁଥିଲେ । ଛପା ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସପ୍ତର୍ଷି ହୋଟେଲରୁ ଧରାଯାଇଥିଲା । ବିନା ଗେଟ ପାସରେ ସେମାନେ ରେଜିଷ୍ଟରରେ ଦସ୍ତଖତ ନକରି ହୋଟେଲରେ ପିସ୍ତଲ ଓ ଗୋଳାବାରୁଦ ସହ ପ୍ରବେଶ କରିଥିଲେ । ସମ୍ପୃକ୍ତ ୫ ଜଣଙ୍କ ସହ ହୋଟେଲର କେୟାର ଟେକର ଓ ମ୍ୟାନେଜର ସମ୍ପୃକ୍ତି ଥିବା କଥା ପ୍ରଣାମ ପାଇ ବଳିଆପଣ୍ଡା ପୋଲିସ ମ୍ୟାନେଜର, କେୟାର ଟେକର ଓ ସମ୍ପୃକ୍ତ ଅଭିଯୁକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବଳିଆପଣ୍ଡା ଥାନାରେ କେସ ନମ୍ବର୍‌ ୨୪ ରେ ମାମଲା ରୁଜ୍ଜୁ ହୋଇଥିବା ବେଳେ । ୩୮୬/୩୮୭/୩୪୧/୩୫୩/୫୦୬/୧୨୦ ବି ଏବଂ ଭାରତୀୟ ପିଙ୍ଗଳ କୋର୍ଟ ଆର/ଡବ୍ଲୁ ସେକ୍ସନ୨୫ ବକ୍ସଜ୍ଞଗ୍ଦ ବମଗ୍ଧ ରେ ସଙ୍ଗୀନ ଦଫା ଲଗାଯାଇଛି । ଅଧିକ ତଦନ୍ତ ଚାଲୁ ରହିଛି ।

hiranchal ad1
Leave A Reply

Your email address will not be published.

17 − twelve =