ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ

0 28

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ମଧ୍ୟ ହୋଇଛି ।

hiring

ଖବର ଅନୁଯାୟୀ, ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୋଲିସ ମିଳିତ ଭାବେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା ଗୁଳିବିନିମୟ । ତେବେ ଏହି ଏନକାଉଣ୍ଟରରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମଧ୍ୟରେ ଚାରି ଜଣ ମହିଳା ଓ ଦୁଇ ଜଣ ପୁରୁଷ ଥିବା ଜଣାପଡିଛି । ନିହତ ମାଓବାଦୀଙ୍କ ମୁଣ୍ଡ ଉପରେ ଛତିଶଗଡ଼ ସରକାର ୨୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିପରି ଘଟଣାସ୍ଥଳରେ AK47 ଓ INSAS ଭଳି ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ କରିଛନ୍ତି ସୁରକ୍ଷା କର୍ମୀ। ରକେଟ ଲଞ୍ଚର, ଗ୍ରେନେଡ଼ ଓ ନଗଦ ଟଙ୍କା ମଧ୍ୟ ସୁରକ୍ଷା କର୍ମୀ ଜବତ କରିଥିବା ବିଜାପୁର ଏସପି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − 12 =