ରଜ ଉପଲକ୍ଷେ ଯୁବଗୋଷ୍ଠୀ ପକ୍ଷରୁ ନାଚଗୀତ କାର୍ଯ୍ୟକ୍ରମ

0 90

ଘୁ ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ୱର୍‌ ୱାର୍ଡ ପଦାସାହିଠାରେ ରଜ ମୋହତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମଞ୍ଚରେ ଉପାଧ୍ୟକ୍ଷ ସନ୍ତୋଷ ବାଗ, ସ୍ଥାନୀୟ ସମ୍ବାଦ ପ୍ରତିନିଧି ସମୀରେ କୁମାର ପାଢ଼ି, ପରିଷଦ କାର୍ଯ୍ୟାଳୟ ପକ୍ଷରୁ ପ୍ରକଳ୍ପ ସଂଯୋଜୋକ ପ୍ରଭାତ କୁମାର ସାହୁ, ସ୍ୱଚ୍ଛତା ଓ ପରିମଳ ସଂଯୋଜକ ଅଭିନାଶ ପ୍ରଧାନ, ୪ ନମ୍ବର୍‌ ୱାର୍ଡ଼ କାଉନସିଲର ମୋନାଲିସା ଦଳବେହେରା,୧୨ ନମ୍ବର୍‌ ୱାର୍ଡ଼ କାଉନସିଲର ନନ୍ଦିତା ପ୍ରଧାନ ଏବଂ କାର୍ଯ୍ୟକ୍ରମର ଆୟୋଜକ ସଭାପତି ଚିକୁ ଉପସ୍ଥିତ ଥିଲେ । ଉପସ୍ଥିତି ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ହେଇ ସ୍ୱାଗତ କରଯାଇଥିଲା । ଉଦଘାଟନ କର୍ଯ୍ୟକ୍ରମକୁ ପଞ୍ଚା ପ୍ରଧାନ ପରିଚାଳନା କରିଥିଲେ । କରୋନା ମହାମାରୀ ନିମନ୍ତେ ଗତ ୨ ବର୍ଷ ଏହିପରି ରଜ ପର୍ବ ହୋଇ ପାରିନଥିଲା । କିନ୍ତୁ ଏହି ବର୍ଷ କୌଣଷି କଟକଣା ନ ଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ରଜ ପର୍ବ ଧୁମଧାମରେ ପାଳିତ ହୋଇଯାଇଛି । ଅଞ୍ଚଳରେ ମା ମାଉସୀ ମାନେ ବିଭିନ୍ନ ପ୍ରକାର ପିଠାପଣା କରି ଏହି ରଜ ପର୍ବ ପାଳନ କରିଥିଲେ । ସନ୍ଧ୍ୟାରେ ରଜ ଉପଲକ୍ଷେ ରଜ ମହୋତ୍ସବର ଆୟୋଜନ ହୋଇଥଲା । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଯୁବଗୋଷ୍ଠୀ (ଊଜଓଗଈଙଣଝ) ପକ୍ଷରୁ ଆୟୋଜନ କରଯାଇଥିଲା । କାର୍ଯ୍ୟକ୍ରମ ପୂର୍ବରୁ ଏହି ରଜ ଉପଲକ୍ଷେ ବିଭିନ୍ନ ପ୍ରକାରର ଖେଳ, ନାଚ, ଗୀତ, ପୁଚି, ମ୍ୟୁଜିକ ଚେୟାର, ଦୌଡ଼ ପରି ଅନେକ ପ୍ରତିଯୋଗୀତାର ଆୟୋଜନ କରଯାଇଥିଲା । କୃତିତ୍ୱ ହୋଇଥିବା ପିଲାମାନଙ୍କ ଓ ମାଆ ମାନଙ୍କୁ ମାନପତ୍ର ସହିତ କପ୍‌ ପୁରସ୍କାର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସମ୍ଭାଦ ପ୍ରତିନିଧି ତଥା ପୂର୍ବତନ ୪ ନମ୍ବର୍‌ ୱାର୍ଡ କାଉନସିଲର ସମୀରେ ପାଢ଼ୀ ନିଜ ପ୍ରତିକ୍ରିୟାରେ ଏହିପରି କାର୍ଯ୍ୟକ୍ରମ ଦୀର୍ଘ ୨ବର୍ଷ ପରେ ଅଞ୍ଚଳରେ ଆୟୋଜନ ହେଉଥିବା ଫଳରେ ବେଶ୍‌ ଖୁସି ବ୍ୟକ୍ତ କରିଥିଲେ । ଆୟଯୋକଙ୍କୁ ଉତ୍ସାହିତ କରିଥିବା ବେଳେ ମୁଖ୍ୟ ଅତିଥି ମଧ୍ୟ ନିଜ ବକ୍ତବ୍ୟରେ ଏହିପରି କାର୍ଯ୍ୟକ୍ରମ ନିଆରା ବୋଲି ପ୍ରକାଶ କରିବା ସହିତ ୩ ଲକ୍ଷ ଟଙ୍କାର ମଣ୍ଡପ ଉନ୍ନୟନ ନିମନ୍ତେ ଏମ୍‌ଏଲ୍‌ଏ ପାଣ୍ଠି ପକ୍ଷରୁ ଦେବାକୁ ଘୋଷଣା କରିଥିଲେ । ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ସୁନ୍ଦର ଭାବରେ ଆୟୋଜନ କରାଯିବ ବୋଲି ପ୍ରକାଶ କରିଥଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଅଞ୍ଚଳର ପାଖ ପାଖି ୧୮ ଜଣ ପ୍ରତିଯୋଗୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଓ ସୁନ୍ଦର୍‌ ନାଚ ଗୀତ ସହିତ ନିଜର ପ୍ରତିଭା ଦେଖାଇଥିଲେ । ଶେଷରେ ୩ ଜଣ ପ୍ରତିଯୋଗୀଙ୍କୁ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର ନିମନ୍ତେ ସୁହାନି ସାହୁ, ମିସ ରିଚେଲ୍‌ ଓଏସଡି ଗ୍ରୁପ ଗ୍ରେଶିଙ୍ଗିଆ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ସହ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ରଜ ମହୋତ୍ସବ ଏକ ନିଆରା ପର୍ବ,ତେଣୁ ଘରେ ଘରେ ପିଠା ପଣା ସହିତ ଝିଅମାନେ ନୂତନ ପୋଷାକ ଧାରଣ କରିବା ସହିତ ଦୋଳି ଖେଳି,ରୋଜ ଗୀତ ଗାଇ ପର୍ବକୁ ସୁନ୍ଦର କରିଥାନ୍ତି । ରଜମହୋତ୍ସବ ଅଞ୍ଚଳର ଅନେକ ଲୋକ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହିତ କାର୍ଯ୍ୟକ୍ରମକୁ ଉପଭୋଗ କରିଥଲେ ।

hiranchal ad1
Leave A Reply

Your email address will not be published.

eleven − five =